ଓଡିଶା

odisha

ETV Bharat / city

ସୁଟଆଉଟ @ରାଜଧାନୀ; ଧରାପଡିଲେ 13, 2 ଫେରାର - commisionarate police

ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ କଲା କମିଶନରେଟ ପୋଲିସ । ସାମ୍ବାଦିକ ସମ୍ମିଳନୀରେ ଅପରେସନ ସୁଟଆଉଟର ବଡ ଖୁଲାସା ।

କମିଶନରେଟ ପୋଲିସ

By

Published : Aug 8, 2019, 10:10 PM IST

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀରେ କମିଶନରେଟ ପୋଲିସ ଦ୍ବାରା ଅପରେସନ ସୁଟଆଉଟର ବଡ ଖୁଲାସା । ଧରାପଡିଲେ 13, ଏବେବି 2 ଫେରାର । କେତବେଳେ ଲୁଟ ତ କେତବେଳେ ଆକ୍ରମଣ କରି ଦୀର୍ଘ ଦୁଇମାସ ହେବ ଅପରାଧୀମାନେ ଆତଙ୍କ ଖେଳାଉଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ରାଜଧାନୀ ଅପରାଧୀଙ୍କ ହବ ପାଲଟିଥିବାବେଳେ ସେମାନଙ୍କୁ ସାବାଡ କରିବାକୁ ପ୍ରସ୍ତୁତ ହୋଇଥିବା ଅପରେସନ ସୁଟଆଉଟ । ଲଗାତାର 5ଟି ଏନକାଉଣ୍ଟର ପରେ ଏବେ ଅବାକ ପାଲଟିଛନ୍ତି ଅପରାଧୀ । ତେବେ ଏନକାଉଣ୍ଟର ପରେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ରବି ରାଓ ସମେତ ସମସ୍ତ ଅପରାଧୀଙ୍କ ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ ।

ଏହି ଗ୍ୟାଙ୍ଗ ଧନୀ ଲୋକ ଦେଖି ସେମାନଙ୍କୁ ଟାର୍ଗେଟ କରି ଅପହରଣ ନଚେତ ଆକ୍ରମଣ କରୁଥିଲେ । ଆଉ ଲୁଟ ପରେ ରାଜଧାନୀ ବାହାରକୁ ଯାଇ କ୍ୟାମ୍ପ କରୁଥିଲେ । ତେବେ ପୋଲିସକୁ ନୟାପଲ୍ଲୀ କ୍ରେଟା କାର ମାମଲାରୁ ଜଣାପଡିଥିଲା ଗ୍ୟାଙ୍ଗର ମୋଡ ଅଫ ଅପରେସନ । ଅପରାଧୀମାନଙ୍କୁ ଗିରଫ ପରେ ସେମାନଙ୍କଠାରୁ 9ଟି ଚାରିଚକିଆ କାର, 8ଟି ଦୁଇଚକିଆ ଯାନ, 224ଗ୍ରାମ ସୁନା, 50ହଜାର ଟଙ୍କା, 5ଟି ବନ୍ଧୁକ ଓ 6ରାଉଣ୍ଡ ଗୁଳି ସହ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଗ୍ୟାଙ୍ଗ ନାଁରେ ମଞ୍ଚେଶ୍ବରରେ ସର୍ବାଧିକ ମାମଲା ସହ ସହିଦନଗର, ନୟାପଲ୍ଲୀ, ଏୟାରଫିଲ୍ଡ, ଖଣ୍ଡଗିରି, ଧଉଳି ଓ ବାଲିଅନ୍ତାରୁ 35ଲକ୍ଷ ଲୁଟ ଭଳି ମୋଟ 21ଟି ମାମଲା ରଖିଛି । ଏବେବି ଅନ୍ୟ ଦୁଇ ଅପରାଧୀଙ୍କୁ ଧରିବାକୁ ଯୋଜନା ଚଲାଇଛି ପୋଲିସ । ଲୁଟ ସାମଗ୍ରୀ ଜବତ ପାଇଁ ସେମାନେ ରିମାଣ୍ଡରେ ଆସିପାରନ୍ତି ବୋଲି କହିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ବର ଡିସିପି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details