ଓଡିଶା

odisha

By

Published : Feb 29, 2020, 2:04 PM IST

ETV Bharat / city

ନିୟମ କଡାକଡି ପୂର୍ବରୁ ପରିବହନ ସଚିବଙ୍କ ବଦଳି

ଆସନ୍ତାକାଲି ଠାରୁ ରାଜ୍ୟରେ ପୁଣି ଥରେ କଡାକଡି ହେବ ମୋଟର ଯାନ ସଂଶୋଧନ ଆଇନ । ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କ ଉପରେ ଜୋରଦାର ଚଢାଉ ହେବା ପୂର୍ବରୁ ରାଜ୍ୟ ପରିବହନ ସଚିବଙ୍କୁ ବଦଳି କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

_Commerce and transport secretary
ନିୟମ କଡାକଡି ପୂର୍ବରୁ ପରିବହନ ସଚିବଙ୍କ ବଦଳି

ଭୁବନେଶ୍ବର: ଆସନ୍ତାକାଲି ଠାରୁ କଡାକଡି ହେବ ମୋଟର ଯାନ ସଂଶୋଧନ ଆଇନ । ଦୀର୍ଘ ଦିନର ମହଲତ ପରେ ମାର୍ଚ୍ଚ ପହିଲାରୁ ଜୋରଦାର ହେବ ଚଢାଉ । ହେଲେ ଏହି ସମୟରେ ରାଜ୍ୟ ସରକାର ପରିବହନ ସଚିବଙ୍କୁ ବଦଳି କରିଛନ୍ତି । ତାହା ପୁଣି ରାଜଭବନକୁ । ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଭାବେ ବଦଳି ହୋଇଛନ୍ତି ବରିଷ୍ଠ ଆଇଏଏସ ପ୍ରମୋଦ ମେହେର୍ଦ୍ଦା । ସେହିଭଳି ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ମଧୁସୂଦନ ପାଢୀଙ୍କୁ ଲ୍ୟାଣ୍ଡ ରେକର୍ଡ କମିଶନରର ଭାବେ ବଦଳି କରାଯାଇଛି । ତେବେ ଶେଷ ମୂହୁର୍ତ୍ତରେ ପ୍ରମୋଦଙ୍କ ବଦଳି ଅନେକ ପ୍ରଶ୍ନ ଛିଡା କରିଛି ।

ନିୟମ କଡାକଡି ପୂର୍ବରୁ ପରିବହନ ସଚିବଙ୍କ ବଦଳି

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details