ଓଡିଶା

odisha

ETV Bharat / city

ପୋଲିସ ହାତରେ ପିଓଏସ ମେସିନ, ଗାଡି ନମ୍ବରରୁ ଜାଣିପାରିବେ ଫାଇନ - ପିଓଏସ ମେସିନ ପାଇଁ କର୍ମଚାରୀଙ୍କୁ ତାମିଲ ପ୍ରଦାନ କରାଯାଉଛି

ନୂଆ ମୋଟରଯାନ ଆଇନକୁ କଡାକଡି ପାଳନ ପାଇଁ ଯୋରଦାର ପ୍ରସ୍ତୁତି କରୁଛି କମିସନରେଟ ପୋଲିସ । ପିଓଏସ ମେସିନ ପାଇଁ କର୍ମଚାରୀଙ୍କୁ ତାମିଲ ପ୍ରଦାନ କରାଯାଉଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 29, 2019, 4:48 PM IST

ଭୁବନେଶ୍ବର: ଦେଶରେ ନୂଆ ମୋଟରଯାନ ଆଇନ 2019 ଲାଗୁ ହେବାପରେ ପରିବହନ କ୍ଷେତ୍ରରେ ସୁରକ୍ଷା ସ୍ବଛତା ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି । ଯଦିଓ ରାଜ୍ୟ ସରକାର ରାଜ୍ୟରେ 3ମାସ ପାଇଁ ଆଇନକୁ କୋହଳ କରିଛନ୍ତି କିନ୍ତୁ ଭବିଷ୍ୟତ ପାଇଁ ପ୍ରସ୍ତୁତି ଯୋରଦାର କରିଛନ୍ତି । ଖୁବଶୀଘ୍ର କମିସନରେଟ ପୋଲିସକୁ ମିଳିବ ପିଓଏସ ମେସିନ, ଯେଉଁଥିପାଇଁ କର୍ମଚାରୀଙ୍କ ତାଲିମ ମଧ୍ୟ ଆରମ୍ଭ ହୋଇଗଲାଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏହି ପିଓଏସ ମେସିନରେ ସମସ୍ତ ପ୍ରକାର ଗାଡିର ତଥ୍ୟ ରହିବ । ଗୋଟିଏ କ୍ଲିକରେ ହିଁ ଗୋଟିଏର ଇନସ୍ୟୁରାନ୍ସ, ଗାଡି ମାଲିକ, ଡ୍ରାଇଭର, ଡିଏଲ, ରୁଟ ପରମିଟ ଓ ଫିଟନେସ ବାବଦର ବିସ୍ତୃତ ତଥ୍ୟ ମିଳିବ । ଯଦ୍ବାରା ଅତି ସହଜରେ ଖିଲାପକାରୀ କେତେ ଟଙ୍କା ଫାଇନ ଦେବେ ତାହା ଜାଣିହେବ । ଖାଲି ଏତିକି ନୁହେଁ ଜଣେ ଡ୍ରାଇଭର କିମ୍ବା ଗାଡି ମାଲିକ କେଉଁ ନିୟମ ଉଲଘଂନ କରିଛନ୍ତି କେତେ ଟଙ୍କାର ଫାଇନ ଦେବେ ଆପେ ଆପେ ଜଣାପଡିଯିବ । କେବଳ ଏହି ମେସିନରେ ଗାଡି ନମ୍ବରକୁ ଏଣ୍ଟ୍ରି କରିବାକୁ ପଡିବ ।

ସୂଚନାଯୋଗ୍ୟ ଯେ, ଏହି ପିଓଏସ ମେସିନ ପୂର୍ବରୁ କେବଳ ପରିବହନ ଓ ଏମଭିଆଇ କର୍ମଚାରୀଙ୍କୁ ଯୋଗାଇ ଦିଆଯାଇଥିଲା । ଆବଶ୍ୟକତା ଦୃଷ୍ଟିରୁ ଏବେ ଏହା କମିସନରେଟ ପୋଲିସକୁ ମଧ୍ୟ ଦେବା ପାଇଁ ପ୍ରସ୍ତୁତି ଚାଲିଛି ।


ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details