ଓଡିଶା

odisha

ETV Bharat / city

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି, ରାଜଧାନୀରୁ ୧୩ ଗାଡି ଜବତ

ରାଜଧାନୀରେ ଟାଟା ଏସିଇ ଗାଡି ଚୋରଗ୍ୟାଙ୍ଗର ଫର୍ଦ୍ଦାଫାଶ । କମିଶନରେଟ ପୋଲିସ 13ଟି ଗାଡି ଜବତ କରି ତଦନ୍ତ ଆରମ୍ଭ କରିଛି ।

By

Published : Oct 25, 2019, 8:19 PM IST

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି

ଭୁବନେଶ୍ବର: ଜାଲ ନମ୍ବର ପ୍ଲେଟ, ଜାଲ କମର୍ସିଆଲ ଗାଡି । ରାଜଧାନୀରୁ ଏମିତି ଗଡୁଥିବା 13ଟି ଗାଡିକୁ ଧରିଛି ଟ୍ରାଫିକ ପୋଲିସ । ଯେଉଁ ଗାଡି ଗୁଡିକର ଥିଲା ସମାନ ନମ୍ବର ଓ ପଞ୍ଜିକରଣ ନମ୍ବର ।

ଜାଲ ନମ୍ବର ପ୍ଲେଟରେ ଜାଲି ଗାଡି

ଟ୍ରାଫିକ ଡିସିପିଙ୍କ ନେତୃତ୍ବରେ ଏକ ଟିମ ବିଭିନ୍ନ ସ୍ଥାନରେ ଚଢାଉ କରି ଜବତ କରିଛନ୍ତି ୧୩ଟି ଟାଟା ଏସି ଗାଡି । ନମ୍ବର ପ୍ଲେଟ ଗୁଡିକ ହେଉଛି (OR02BL7699)(OD02C2599)(OD02U1299) । ସମସ୍ତ ଗାଡିକୁ ଥାନାକୁ ଆଣିଛି ପୋଲିସ ।

ତେବେ ଏସବୁ ଗାଡିରେ କି କାରବାର ହେଉଥିଲା ? ଗାଡି ଡାଲାରେ ପାଲ ଘୋଡାଯାଇଥିବା ବେଳେ ଚୋରାଚାଲାଣ କାରବାର ହେଉଥିଲା କି ? ନମ୍ବର ପ୍ଲେଟ ବଦଳାଇ ଗୋଚାଲାଣ ଭଳି କଳା କାରବାରରେ ନିୟୋଜିତ ହେଉଥିଲା କି ? ସିସିଟିଭି ଫୁଟେଜ ଓ ସୋର୍ସ ଇନପୁଟକୁ ନେଇ ଧୋକାଧାଡିର ତଦନ୍ତ ଚଳାଇଛି ପୋଲିସ । ଏନେଇ ଗାଡିର ଡ୍ରାଇଭର ଓ କର୍ମକର୍ତ୍ତାଙ୍କୁ ପଚରାଉଚୁରା କରୁଛି ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details