ଭୁବନେଶ୍ବର: ଅଡୁଆରେ ହାସ୍ୟ ଅଭିନେତା ପ୍ରଜ୍ଞାନ ଖଟୁଆ । ହାସ୍ୟ ଅଭିନୟ ନାଁରେ ହିନ୍ଦୁ ଦେବାଦେବୀଙ୍କୁ କଟାକ୍ଷ କରୁଥିବା ଅଭିଯୋଗ ହୋଇଛି । ବଜରଙ୍ଗ ଦଳ ତାଙ୍କ ନାଁରେ ଆଣିଛି ଏଭଳି ସାଂଘାତିକ ଅଭିଯୋଗ ।
ନିଜ ଅଭିନୟ ଆଳରେ ସେ ହିନ୍ଦୁ ଦେବାଦେବୀଙ୍କ ମଜାକ୍ ଉଡାଉଛନ୍ତି । ଏପରି କରି ସେ ଧର୍ମୀୟ ଭାବନାକୁ କୁଠାରଘାତ କରୁଛନ୍ତି । ଯାହା ହିନ୍ଦୁ ପ୍ରେମୀଙ୍କୁ କଷ୍ଟ ଦେଉଛି ବୋଲି ଅଭିଯୋଗ ଆଣି ଡିସିପିଙ୍କ ଅଫିସରେ ଦ୍ବାରସ୍ଥ ହୋଇଛି ଦଳ । ଏଥିସହ ଡିସିପିଙ୍କୁ ସାକ୍ଷାତ କରି ଦଳ ପକ୍ଷରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ।