ଓଡିଶା

odisha

ETV Bharat / city

ପ୍ରମାଣ ଅଭାବରୁ ଖସିଲେ ପପୁ ପମ୍‌ପମ୍‌, ରାୟ ଵିରୋଧରେ ହାଇକୋର୍ଟ ଯିବେ ଅଭିଯୋଗକାରୀ

କାଷ୍ଟିଂ କାଉଚ ମାମଲାରେ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ କ୍ଲିନଚିଟ ମିଳିବା ପରେ ସେ ପ୍ରମାଣ ଅଭାବରୁ ଖସିଯାଇଥିବା ଅଭିଯୋଗ ଆଣିଛନ୍ତି ଅଭିଯୋଗକାରିଣୀ ଆଇନଜୀବୀ ବବିତା କର । ଅଧିକ ପଢନ୍ତୁ

Etv Bharatପ୍ରମାଣ ଅଭାବରୁ ଖସିଲେ ପପୁ ପମ୍‌ପମ୍‌: ଆଇନଜୀବୀ ବବିତା
Etv Bharatପ୍ରମାଣ ଅଭାବରୁ ଖସିଲେ ପପୁ ପମ୍‌ପମ୍‌: ଆଇନଜୀବୀ ବବିତା

By

Published : Aug 2, 2022, 5:50 PM IST

ଭୁବନେଶ୍ବର: କାଷ୍ଟିଂ କାଉଚ ମାମଲାରେ ଓଲିଉଡ଼ର ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ମିଳିଛି କ୍ଲିନ୍‌ଚିଟ୍‌ । ଏହାପରେ ଆସିଛି ଘଟଣାର ପ୍ରଥମ ସୂଚନାଦାତା ତଥା ଆଇନଜୀବୀ ବବିତା କରଙ୍କ ପ୍ରତିକ୍ରୀୟା । ତେବେ ପ୍ରମାଣ ଅଭାବରୁ ହାସ୍ୟ ଅଭିନେତା ପପୁ ଖସି ଯାଇଥିବା ସେ ଅଭିଯୋଗ ଆଣିଛନ୍ତି ।

ପ୍ରମାଣ ଅଭାବରୁ ଖସିଲେ ପପୁ ପମ୍‌ପମ୍‌: ଆଇନଜୀବୀ ବବିତା

ତାଙ୍କ ଅଭିଯୋଗ ଅନୁସାରେ, "ପୀଡି଼ତାଙ୍କୁ ଉପରେ ଚାପ ପକାଯାଇଥିବା ଏବଂ ପଇସା ପତ୍ର ଦେଇ ପ୍ରଭାବିତ କରାଯାଇଥିବା ନେଇ ସେ ଆଶଙ୍କା କରିଛନ୍ତି । ଏଥିଯୋଗୁଁ ପୀଡି଼ତା ତାଙ୍କ ବୟାନ ବଦଳାଇ ଦେଇଥାଇପାରନ୍ତି । ଯଦି ଏହି କେସ୍‌ ମିଛ ହୋଇଗଲା ଅର୍ଥାତ CWC ମିଛ । ପୋଲିସର ଦତନ୍ତ ମଧ୍ୟ ମିଛ । ପୋଲିସର ତଦନ୍ତ ସଠିକ ହେଲା ନାହିଁ । ସରକାରୀ ଓକିଲଙ୍କୁ ସଠିକ୍‌ ତଥ୍ୟ ଦିଆଗଲା ନାହିଁ । ଫଳରେ ନିର୍ଦ୍ଦୋଶରେ ଖଲାସ ହେଲେ ପପୁ।" ଏ ନେଇ ବବିତା ହୋଇକୋର୍ଟ ଯିବେ ବୋଲି କହିଛନ୍ତି ।

ଏହା ବି ପଢନ୍ତୁ- କାଷ୍ଟିଂ କାଉଚ ମାମଲାରେ ପପୁ ପମ୍‌ପମ୍‌ଙ୍କୁ ମିଳିଲା କ୍ଲିନ୍‌ଚିଟ୍‌

ସେ ଆହୁରି କହିଛନ୍ତି ଯେ, " ପପୁ ଜଣେ ପ୍ରଭାବଶାଳୀ ଲୋକ । ତାଙ୍କ ଦ୍ବାରା ପ୍ରଭାବିତ ହୋଇଥାଇପାରନ୍ତି ପୀଡି଼ତା । କେବଳ ଏହି କେସ୍‌ ନୁହେଁ, ଏଭଳି ପ୍ରାୟ ୪୯ଟି ପୋକ୍ସୋ କେସ‌୍‌ରେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି ।" ଆଇନଜୀବୀ ବବିତା ଏଭଳି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଏହାସହ କେସ୍‌ର ଆଇଓ ଶୁଣାଣୀ ବେଳେ ହାଜର ନେହବା ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି ।

ଅନ୍ୟ ପକ୍ଷରେ ପପୁଙ୍କ ଓକିଲ ବିକାଶ ରାଉତରାୟ କହିଛନ୍ତି ଯେ, "ପୀଡି଼ତା ଶୁଣାଣୀ ବେଳେ ତାଙ୍କ ବୟାନରେ କହିଥିଲେ ତାଙ୍କ ସହ ସେପରି କିଛି ହୋଇନାହିଁ । କେସର ଆଇଓ ମଧ୍ୟ ବାରମ୍ବାର ନୋଟିସ ସତ୍ତ୍ବେ ହାଜର ହେଲେ ନାହିଁ । ଅର୍ଥାତ ତାଙ୍କ ମହକିଲ ସମ୍ପୂର୍ଣ୍ଣ ନିର୍ଦ୍ଦୋଶ । କୋର୍ଟ ରାୟ ଶୁଣାଇଛନ୍ତି । ଏଥିରେ ଅଧିକ କିଛି କହିବାର ନାହିଁ।"

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details