ଭୁବନେଶ୍ବର: ଏକଦା ବିଭିନ୍ନ ଚଳଚ୍ଚିତ୍ର ଏବଂ ସିରିଏଲର ହାସ୍ୟ ଅଭିନେତା ଭାବେ ଅନ୍ୟକୁ ହସାଉଥିବା ବ୍ୟକ୍ତି ଆଜି ନିଜେ କାନ୍ଦୁଛି । ଦୀର୍ଘ ୪ ବର୍ଷ ହେଲା କ୍ୟାନ୍ସରରେ ପୀଡିତ ହୋଇ ସେ ଶଯ୍ୟାଶାୟୀ । ପରିବାର ପାଇଁ ଏକମାତ୍ର ଆଶା ଥିବା ମୃତ୍ୟୁଞ୍ଜୟ ମହାପାତ୍ର ସାଜିଛନ୍ତି ବୋଝ ।
କ୍ୟାନ୍ସର ପୀଡିତ ହାସ୍ୟ ଅଭିନେତା ମୃତ୍ୟୁଞ୍ଜୟ: ଚିକିତ୍ସାରେ ଅର୍ଥ ବାଧକ ଏକଦା ରଂଗୀନ ଦୁନିଆରେ ବିଭିନ୍ନ ଚଳଚ୍ଚିତ୍ର ଏବଂ ସିରିଏଲରେ ନିଜ ଅଭିନୟରେ ଲୋକଙ୍କୁ ହସାଉଥିବା ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଶଯ୍ୟାଶାୟୀ । ନିଜର ୨୬ ବର୍ଷର ଅଭିନୟ କ୍ୟାରିୟରରେ ମଧ୍ୟରେ ପାଞ୍ଚୋଟି ଚଳଚ୍ଚିତ୍ର ସହ ଅନେକ ସିରିଏଲରେ କାମ କରିଛନ୍ତି । ଏହି ଅଭିନୟ ଜଗତରେ କାର୍ଯ୍ୟ କରୁକରୁ ହଠାତ ତାଙ୍କ ଗୋଡ଼ରେ ଗୋଟେ ଛୋଟ କ୍ଷତ ହେଲା । ଧୀରେ ଧୀରେ ଏହା ବୃଦ୍ଧି ପାଇ ବର୍ତ୍ତମାନ କ୍ୟାନ୍ସରର ପ୍ରଥମ ଷ୍ଟେଜରେ ପହଞ୍ଚିଛି । ବର୍ତମାନ ସୁଦ୍ଧା ତାଙ୍କ ଚିକିତ୍ସା ପାଇଁ 5 ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇ ସାରିଲାଣି । ୪ ବର୍ଷ ହେଲା ମୃତ୍ୟୁଞ୍ଜୟ ଶଯ୍ୟାଶାୟୀ । ତେଣୁ, ତାଙ୍କ ପତ୍ନୀ ଏବେ ଘର ଚଳାଇବାକୁ ବାହାରକୁ ବାହାରିଛନ୍ତି । ମାତ୍ର ତାଙ୍କର ସୀମିତ ରୋଜଗାରରେ ସ୍ୱାମୀଙ୍କ ଚିକିତ୍ସା ସହ ପରିବାର ଚଳାଇବା ବହୁ କଷ୍ଟ ହୋଇ ପଡୁଛି। ଏହି ପରିସ୍ଥିତିରେ ସରକାରୀ ଏବଂ ବେସରକାରୀ ସାହାଯ୍ୟ ଲୋଡିଛନ୍ତି ମୃତ୍ୟୁଞ୍ଜୟଙ୍କ ପରିବାର । ସହାୟତା ମିଳିଲେ ସେ ସୁସ୍ଥ ହୋଇ ପୁଣି ପୂର୍ବ ପରି ପରିବାରର ବୋଝ ସମ୍ଭାଳି ଆଗକୁ ହସ ଖୁସିରେ ପରିବାରଙ୍କ ସହ ରହିପାରିବେ ବୋଲି ଆସ ରଖିଛନ୍ତି ।ସ୍ୱାମୀଙ୍କ ଚିକିତ୍ସା ସହ ଦୁଇ ପିଲାର ବୋଝ ଏବେ ମୃତ୍ୟୁଞ୍ଜୟଙ୍କ ପତ୍ନୀଙ୍କ ଉପରେ । ପଡୋଶୀ ଯେତେ ସାହାଯ୍ୟ କରୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଏବେ ଯାହା ରୋଜଗାର ହଉଛି ସେତିକିରେ ପରିବାର ଚଳାଇବା ବହୁ କଷ୍ଟ ହେଉଛି। ଏହି ପରିସ୍ଥିତିରେ ସରକାରୀ କିମ୍ବା ବେସରକାରୀ ସାହାଯ୍ୟ ଯୋଗାଇଲେ ସେ ସୁସ୍ଥ ହୋଇପାରନ୍ତେ ଓ ତାଙ୍କ ଦୁଇ ଛୁଆ ଆଗକୁ ପଢ଼ିପାରନ୍ତେ ବୋଲି କହିଛନ୍ତି ମୃତ୍ୟୁଞ୍ଜୟ । ସେପଟେ ତାଙ୍କର ଖବର ପ୍ରସାରଣ ପରେ ଓଡ଼ିଆ କଳାକାର ସ୍ୱର (OKS) ଆସି ସହାୟତା ଯୋଗାଇ ଦେଇଛନ୍ତି । ଯାହା ସବୁଦିନ ସମ୍ଭବା ନୁହେଁ । ନିଜେ ସୁସ୍ଥ ହୋଇ ପୁଣିଥରେ ଅଭିନୟ ଜଗତକୁ ଫେରିବାକୁ ଚାଁହୁଛନ୍ତି ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ଯଦି କେହି ତାଙ୍କୁ ସହଯୋଗର ହାତ ବଢ଼ାଇବା ଚାଁହୁଛନ୍ତି ତେବେ ଏହି ନମ୍ବରରେ ଯୋଗାଯୋଗ କରନ୍ତୁ ।
Bank - Union Bank of India
Name - Mrutyunjaya mohapatra
Account no - 725802120001049
Ifsc code - UBIN0572586
Contact -7537860824
Location - sudhanidhiswar basti
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ