ଭୁବନେଶ୍ବର: ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ପ୍ରଭାବ । ଅଙ୍ଗନବାଡି, ସ୍କୁଲ ବନ୍ଦ ପରେ ଏବେ ଖରା ଯୋଗୁଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ ରହିବ । ଆସନ୍ତାକାଲି ଠାରୁ ମେ 2 ତାରିଖ ପର୍ଯ୍ୟନ୍ତ ମହାବିଦ୍ୟାଳୟ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ ।
ଆସନ୍ତାକାଲିଠୁ ମେ 2 ଯାଏଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ - ଓଡିଶାରେ ବଢୁଛି ତାତି
ରାଜ୍ୟରେ ଅସହ୍ୟ ହେଉଛି ଗ୍ରୀଷ୍ମର ପ୍ରଭାବ । ଆସନ୍ତାକାଲିଠୁ ମେ 2 ତାରିଖ ପର୍ଯ୍ୟନ୍ତ ରାଜ୍ୟର କଲେଜ ଓ ୟୁନିଭର୍ସିଟି କ୍ଳାସ ରୁମ ପାଠପଢ଼ା ବନ୍ଦ ରହିବ । ଅଧିକ ପଢନ୍ତୁ
ଆସନ୍ତାକାଲିଠୁ ମେ 2 ଯାଏଁ କଲେଜ, ୟୁନିଭର୍ସିଟି କ୍ଲାସ ବନ୍ଦ
ପ୍ରବଳ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ରଖି କାଲିଠାରୁ ୟୁଜି ଏବଂ ପିଜି କ୍ଲାସ ବନ୍ଦ କରାଯାଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । କିନ୍ତୁ ପରୀକ୍ଷା, ରିସର୍ଚ୍ଚ ଆଦି ଚାଲୁ ରହିବ। ଗତକାଲି ରାଜ୍ୟର ସ୍କୁଲ ଗୁଡିକୁ ୫ ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା । ଆଜିଠୁ ଅଙ୍ଗନବାଡି ମଧ୍ୟ ୫ଦିନ ପାଇଁ ବନ୍ଦ ନିଷ୍ପତ୍ତି ନିଆଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ
Last Updated : Apr 26, 2022, 2:00 PM IST