ଭୁବନେଶ୍ବର: ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପରେ କୃତୀ ଛାତ୍ରଛାତ୍ରୀ ମାନେ କେଉଁ କଲେଜରେ ପଢିବେ ତାକୁ ଚିନ୍ତିତ ଥିବା ବେଳ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ‘‘କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ, କିନ୍ତୁ ପିଲାଙ୍କ ଭିତରେ ପ୍ରତିଯୋଗିତା ହେବା ଆବଶ୍ୟକ । କଲେଜରେ ଯଥେଷ୍ଟ ସିଟ୍ ଅଛି ।’’
କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ - କଲେଜ ମାନଙ୍କରେ ରହିଛି ଯଥେଷ୍ଟ ସିଟ
ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି, ବର୍ତ୍ତମାନ ପ୍ରତିଯୋଗିତାର ଯୁଗ। ଛାତ୍ରଛାତ୍ରୀ ମାନେ ଉଚ୍ଚ ଶିକ୍ଷା ପାଇଁ କୌଣସି ଅସୁବିଧା ହେବନାହିଁ କାରଣ, କଲେଜ ମାନଙ୍କରେ ଯଥେଷ୍ଟ ସିଟ୍ ଅଛି। ଅଧିକ ପଢନ୍ତୁ
![କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କଲେଜରେ ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-15762059-thumbnail-3x2-jhg.jpg)
ମନ୍ତ୍ରୀ ସୂଚନା ଦେଇଛନ୍ତି, ‘‘ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ 91 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଯେଉଁ କଲେଜରେ ଯେତିକି ସିଟ୍ ସେହି ଅନୁସାରେ ଛାତ୍ରଛାତ୍ରୀ ଆବେଦନ କରିବେ। ପିଲାମାନେ ମାନସିକ ଭାବେ ପ୍ରସ୍ତୁତ ହୋଇଥିବେ, ଯେଉଁ କଲେଜରେ ପଢିବାକୁ ସେମାନଙ୍କ ଆଗ୍ରହ ଥିବ, ସେମାନେ କ୍ବାଲିଫାଇ କରି ପଢ଼ିବେ । ଯେତିକି ସିଟ୍ କଲେଜରେ ଅଛି, ତାହା ଯଥେଷ୍ଟ । ଗତ ବର୍ଷ କୋଭିଡ ସମୟରେ 97 ପ୍ରତିଶତ ପାସ ହାର ଥିଲା । ତେଣୁ, କଲେଜରେ ସିଟ୍ ବଢିଥିଲା। ଚଳିତ ଥର ସିଟ୍ ନେଇ କୌଣସି ସମସ୍ୟା ହେବ ନାହିଁ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସୂଚନା ଅନୁଯାୟୀ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ 91 ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଯାହାକି ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି। 2021 ରେ ବିନା ପରୀକ୍ଷାରେ ପରୀକ୍ଷାଫଳ ପ୍ରକାଶ ପାଇଥିବାରୁ ସେହି ବର୍ଷର ପାସ୍ ହାର 97 ପ୍ରତିଶତ ରହିଥିଲା ।
ଇଟିଭି ଭାରତ, ଭୁବନେଶ୍ବର