ଓଡିଶା

odisha

ETV Bharat / city

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ - collacter meet

ଦୁଇ ଦିନିଆ ଆଇଏସ ସମ୍ମିଳନୀ ଲୋକସେବା ଭବନ ପରିସରରେ ନବନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀରେ ଆଇଏଏସ ଅଫିସରଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଢନ୍ତୁ...

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ
ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ

By

Published : Jan 17, 2020, 1:09 PM IST

ଭୁବନେଶ୍ବର: ପଞ୍ଚମ ପାଳି ସରକାରରେ ଆଇଏଏସ ଅଫିସରଙ୍କ ସମ୍ମିଳନୀକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ। ଦୁଇ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀ ଲୋକସେବା ଭବନ ପରିସରରେ ନିର୍ମିତ କନଭେକ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇଯାଇଛି।

ଆଇଏଏସ ଅଫିସର ସମ୍ମିଳନୀରେ ଅଫିସରଙ୍କୁ ମାର୍ଗଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ। ‘ଜନତା ହିଁ ଭଗବାନ, ସେମାନେ ହିଁ ଆମର ଶାସନ ବିନ୍ଦୁ। ଆମ ସରକାର ଉପରେ ସାଧାରଣ ଲୋକଙ୍କ ଅତୁଟ ଆଶା ଓ ବିଶ୍ବାସ ରହିଛି। ଆମ ପରିଜନ ଯେପରି ଆମ ବାପା, ମା’ଙ୍କୁ ଆମେ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦେଇଥାଉ, ସେହିପରି ସେବା ସମସ୍ତ ଜନତା ପାଇବା ଦରକାର। କାରଣ ସାଢେ 4 କୋଟି ଓଡିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର। ସେମାନଙ୍କ ଆର୍ଶୀବାଦରୁ ମୁଁ ଗତ 20 ବର୍ଷ ହେଲା ଲୋକଙ୍କ ସେବା କରିବାର ସୁଯୋଗ ପାଇଛି । ମୁଁ ଚାହେଁ ମୋ ପରିବାରର ସମସ୍ତଙ୍କୁ ସୁଖ, ସୁବିଧା ମିଳୁ। ଆଉ ମୁଁ ମୋର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଆସୁଛି । ଲୋକଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ କରିବା ଆମର କର୍ତ୍ତବ୍ୟ।’

ଜନତାଙ୍କୁ ସର୍ବଶେଷ୍ଠ ସେବା ପ୍ରଦାନ ଆମର କର୍ତ୍ତବ୍ୟ: ନବୀନ

ନିଜ ଉଦବୋଧନରେ ଏପରି କିଛି କହିଛନ୍ତି ମୁଖ୍ୟମନ୍ତ୍ରୀ। ‘5T’ ଏବଂ ‘ମୋ ସରକାର’ ସମ୍ପର୍କରେ ମଧ୍ୟ ନିଜର ମତାମତ ରଖିଛନ୍ତି ସେ। ଏହାସହ ସେ ସେଠାରେ ଉପସ୍ଥିତ ସମସ୍ତ ମନ୍ତ୍ରୀ ଓ ଅଫିସରଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିଜର ଆଇଡିଆ ଦେବାକୁ ପରାମର୍ଶ ଦେବା ସହ ଏମିତି ଜ୍ଞାନ ଦିଅନ୍ତୁ ଯାହା ଗେମ୍ ଚେଞ୍ଜର ହେବ ବୋଲି କହିଥଲେ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details