ଓଡିଶା

odisha

ETV Bharat / city

ଶୀତରେ ଥରୁଛି ଓଡିଶା,11 ଡ଼ିଗ୍ରୀ ତଳେ 11 ସହର

ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି । ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 5.5 ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

By

Published : Dec 20, 2020, 2:19 PM IST

ଶୀତରେ ଥରୁଛି ଓଡିଶା
ଶୀତରେ ଥରୁଛି ଓଡିଶା

ଭୁବନେଶ୍ବର: ଖସୁଛି ତାପମାତ୍ରା, ବଢୁଛି ଶୀତ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ବର୍ତ୍ତମାନ 11 ଡ଼ିଗ୍ରୀ ତଳେ 11 ସହରର ସର୍ବନିମ୍ନ ତାପମାତ୍ରା ରହିଛି । ରବିବାର ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା 5.5ଡ଼ିଗ୍ରୀ ରେକର୍ଡ କରାଯାଇଛି । ଏହା ସହ ଫୁଲବାଣୀ ଓଡିଶାର ସବୁଠୁ ଥଣ୍ଡା ସହର ଭାବରେ ଗଣିତ ହୋଇଛି ।

ସେହିଭଳି ଝାରସୁଗୁଡାରେ ୭.୬ଡ଼ିଗ୍ରୀ , ବାରିପଦାରେ ୮.୫ଡ଼ିଗ୍ରୀ, ଅନୁଗୁଳରେ ୮.୬ଡ଼ିଗ୍ରୀ, କୋରାପୁଟରେ ୮.୬ଡ଼ିଗ୍ରୀ, ଦାରିଙ୍ଗବାଡିରେ ୯.୦ଡ଼ିଗ୍ରୀ, ଭବାନୀପାଟଣାରେ ୯.୨ଡ଼ିଗ୍ରୀ , ବଲାଙ୍ଗୀରରେ ୯.୪ଡ଼ିଗ୍ରୀ, କେନ୍ଦୁଝରରେ ୯.୫ଡ଼ିଗ୍ରୀ, ବୌଦ୍ଧରେ ୧୦.୫ଡ଼ିଗ୍ରୀ, ତାଳଚେରରେ ୧୦.6ଡ଼ିଗ୍ରୀ ରେକର୍ଡ ହୋଇଥିବା ବେଳେ ଟୁଇନ ସିଟି କଟକରେ ୧୧ ଡ଼ିଗ୍ରୀ ଏବଂ ଭୁବନେଶ୍ବରରେ ୧୩.୯ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।

ରାଜ୍ୟରେ ପ୍ରଭାବିତ ଥଣ୍ଡା ପାଇଁ ଦିନ 11ଟା ପୂର୍ବରୁ ଲୋକମାନଙ୍କର ଘରୁ ବାହାରିବା ମୁସ୍କିଲ ହୋଇଯାଉଛି । ତେବେ ଆଗକୁ ଆହୁରି ପାରଦ ଅଧିକ ତଳକୁ ଖସିବା ସହ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭୁବନେଶ୍ବରରୁ ସଞ୍ଜୟ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details