ଓଡିଶା

odisha

ETV Bharat / city

ବଢୁଛି ଶୀତ, 12 ସହରର ତାପମାତ୍ରା 10 ଡିଗ୍ରୀ ତଳେ - cold wave in odisha

ନୂଆବର୍ଷ ଖୁସି ହେବ ପାଣିଚିଆ । ଆସନ୍ତା ପହିଲାରୁ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ଏପଟେ 12 ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

cold wave in odisha
ନୂଆବର୍ଷକୁ ପାଣିଚିଆ କରିବ ବର୍ଷା, ଏପଟେ 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ

By

Published : Dec 29, 2019, 8:58 PM IST

ଭୁବନେଶ୍ବର: ଅସହ୍ୟ ଶୀତରେ ଥରୁଛି ଓଡିଶା । ରାଜ୍ୟର ଅଧିକାଂଶ ସ୍ଥାନରେ ଶୀତ ଲହରୀ ଜାରି ରହିଛି । ଏପରିକି 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଛି ।

ନୂଆବର୍ଷକୁ ପାଣିଚିଆ କରିବ ବର୍ଷା, ଏପଟେ 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ

ତେବେ ଆସନ୍ତା ୨ ଦିନ ମଧ୍ୟରେ ରାଜ୍ୟରେ କୋହଲା ପବନ ପ୍ରବାହିତ ହେବ ବୋଲି ପାଣିପାଗ ବିଭାଗ କହିଛି । ଏହାସହ ପ୍ରବଳ ଥଣ୍ଡା ଯୋଗୁଁ 13ଟି ଜିଲ୍ଲାରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଅନ୍ୟପଟେ ଅନୁଗୋଳରେ ସର୍ବନିମ୍ନ ତାପମାତ୍ରା ୪.୬ ରେକର୍ଡ ହୋଇଥିବାବେଳେ ଫୁଲବାଣୀରେ ଏହା ୫ଡିଗ୍ରୀ ସେଲସିୟସ ଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଦାରିଙ୍ଗିବାଡିର ତାପମାତ୍ରା ୫.୫ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ରାଜ୍ୟର ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଏହା ୬.୧ ଡିଗ୍ରୀ ରହିଛି । ଭବାନୀପାଟଣାରେ ସର୍ବନିମ୍ନ ତାପମାତ୍ରା ୬.୫ ଡିଗ୍ରୀ ଥିବାବେଳେ କେନ୍ଦୁଝରଗଡରେ ଏହା ୬.୬ ଡିଗ୍ରୀ ରେକର୍ଡ କରାଯାଇଛି ।

ଶିଳ୍ପନଗରୀ ଝାରସୁଗୁଡାର ତାପମାତ୍ରା ୭.୩ ଡିଗ୍ରୀ ରହିଥିବାବେଳେ ସମ୍ବଲପୁରରେ ସର୍ବନିମ୍ନ ତାପମାତ୍ରା ୭.୪ ଡିଗ୍ରୀ ରହିଥିବା ପାଣିପାଗ ବିଭାଗ ରେକର୍ଡ କରିଛି । ବଲାଙ୍ଗୀରର ତାପମାତ୍ରା ୮ ଡିଗ୍ରୀ ରହିଥିବାବେଳେ ବାଲେଶ୍ବରରେ ୮.୬ ଓ କଟକରେ ସର୍ବନିମ୍ନ ତାପମାତ୍ରା ୮.୮ ଡିଗ୍ରୀ ରହିଛି । ସୁନ୍ଦରଗଡ ଓ ବାରିପଦାର ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ ରହିଥିବାବେଳେ କୋରାପୁଟର ତାପମାତ୍ରା ୯.୬ ଡିଗ୍ରୀ ରେକର୍ଡ ହୋଇଛି ।

ରାଜଧାନୀ ଭୁବନେଶ୍ୱର ସମତେ ତାଳଚେର ଓ ଚାନ୍ଦବାଲିର ସର୍ବନିମ୍ନ ତାପମାତ୍ରା ୧୦.୨ ଡିଗ୍ରୀ କରି ରହିଥିବାବେଳେ ହୀରାକୁଦରେ ଏହା ୧୦.୧ ଡିଗ୍ରୀ ରହିଛି । ପାରାଦୀପର ସର୍ବନିମ୍ନ ତାପମାତ୍ରା ସବୁଠାରୁ ଅଧିକ ୧୨.୮ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଗୋପାଳପୁରରେ ଏହା ୧୨.୭ ଡିଗ୍ରୀ ରହିଛି । ତେବେ ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୦ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଅନ୍ୟ କୌଣସି ସ୍ଥାନରେ ଏହା ୨୬ଡିଗ୍ରୀକୁ ଛୁଇଁ ପାରିନାହିଁ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details