ଓଡିଶା

odisha

ETV Bharat / city

ରାଜ୍ୟରେ ଶୀତ ଲହରି ଜାରି, ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ - ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସହିତ କୋଲ୍ଡ ୱେଭ ବହିବାର ସମ୍ଭାବନା ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ 18ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଥିବା ବେଳେ 4ଟି ଜିଲ୍ଲାକୁ ୟଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି ।

bhubaneswar
ରାଜ୍ୟରେ ଶୀତ ଲହରୀ ଜାରି, ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

By

Published : Dec 28, 2019, 7:30 PM IST

ଭୁବନେଶ୍ବର: ଓଡିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ସହିତ ଶୀତ ଲହରି ବହିବାର ସମ୍ଭାବନା ରହିଛି । ଏନେଇ ସ୍ବତନ୍ତ୍ର ରିଲିଫ କମିଶନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ରାଜ୍ୟର 18ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଦିଆଯାଇଥିବା ବେଳେ 4ଟି ଜିଲ୍ଲାକୁ ୟଲୋ ଓ୍ଵାର୍ଣ୍ଣିଂ ଦିଆଯାଇଛି । ଏଥିପାଇଁ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

ରାଜ୍ୟରେ ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାଜ୍ୟର ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ, ଝାରସୁଗୁଡା, ସମ୍ବଲପୁର, ବରଗଡ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ, ବୌଦ୍ଧ, ସୋନପୁର ଓ ବଲାଙ୍ଗୀରରେ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି କନ୍ଧମାଳ, କଳାହାଣ୍ଡି, କୋରାପୁଟ ଓ ବଲାଙ୍ଗୀର ଆଦି ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହା ସହ ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିବା ସୂଚନା ମିଳିଛି । ଗତ 24 ଘଣ୍ଟା ମଧ୍ୟରେ ଗୋପାଳପୁରରେ ସର୍ବାଧିକ 27 ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ସର୍ବନିମ୍ନ ସୋନପୁର ଠାରେ 4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ରାଜ୍ୟରେ ୧୮ ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ

ରାତ୍ରି ସମୟରେ ପ୍ରବଳ ଥଣ୍ଡା ପଡୁଥିବାରୁ ସେହି ସମୟରେ ବୟସ୍କ ଓ ଶିଶୁ ମାନଙ୍କର ଉପଯୁକ୍ତ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି । ସେହିପରି ବାସହରା ଲୋକମାନଙ୍କୁ ଆଶ୍ରୟସ୍ଥଳୀରେ ରଖିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନ ମାନଙ୍କୁ ଆଶ୍ରୟ ସ୍ଥଳୀ ଭାବରେ ବ୍ୟବହାର କରିବାକୁ ଏଥିରେ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାପାଳଙ୍କ ସମେତ ବ୍ଲକ, ତହସିଲ ଓ ପଞ୍ଚାୟତର ଅଧିକାରୀମାନଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶାନାମାରେ କୁହାଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details