ଓଡିଶା

odisha

ETV Bharat / city

କୁହୁଡି ପାଇଁ ରେଳବାଇର ବ୍ୟାପକ ବ୍ୟବସ୍ଥା, 24x7 ରହିଛି ନଜର - ରେଳବାଇର କୁହୁଡି ମୁକାବିଲା

ଘନ କୁହୁଡି ଓ ଅନ୍ଧାରରୁ ରକ୍ଷା ପାଇଁ ଟ୍ରେନ ଚଳାଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଆପଣାଇଲା ପୂର୍ବତଟ ରେଳପଥ। ଆବଶ୍ୟକ ପଡିଲେ ଏକକ ହେଲପଲାଇନ ନମ୍ବର 139ରେ ଫୋନ ପାଇଁ କୁହାଯାଇଛି।

Cold wave  in north India, railway takes step for passenger sefty
କୁହୁଡି ପାଇଁ ରେଳବାଇର ବ୍ୟାପକ ବ୍ୟବସ୍ଥା, 24x7 ରହିଛି ନଜର

By

Published : Jan 3, 2020, 9:34 PM IST

ଭୁବନେଶ୍ବର: ଦିଲ୍ଲୀ ସମେତ ଉତ୍ତର ଭାରତ ଏବଂ ପୂର୍ବତଟ ରେଳପଥର କେତେକ ସ୍ଥାନରେ ମଧ୍ୟରାତ୍ରୀ ଓ ଭୋର ସମୟରେ ଘନ କୁହୁଡିର ଆଶଙ୍କା ରହିଛି। ଏଣୁ ଟ୍ରେନ ଚଳାଚଳ ସୂଚନା ପାଇଁ ଯାତ୍ରୀ, ରେଳବାଇର ଏକକ ହେଲପଲାଇନ ନମ୍ବର ୧୩୯ ଜରିଆରେ ଜାଣିପାରିବେ। ପୂର୍ବତଟ ରେଳପଥ ପକ୍ଷରୁ ଏନେଇ ଘୋଷଣା କରାଯାଇଛି।


ଘନ କୁହୁଡି ସମୟରେ କେତେକ ଟ୍ରେନକୁ ବାତିଲ ତଥା ସମୟରେ ପରିବର୍ତ୍ତନ କରାଯାଇପାରେI ସେହିପରି ମାତ୍ରାଧିକ କୁହୁଡିରେ ପରିସ୍ଥିତିକୁ ଦେଖି ଡ୍ରାଇଭର ସୁରକ୍ଷା ନିୟମକୁ ପାଳନ କରି ଟ୍ରେନ ଚଳାଚଳ ଏବଂ ଦରକାର ହେଲେ ବେଗ କମାଇବାକୁ ରେଳବାଇ ପକ୍ଷରୁ ଚାଳକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଟ୍ରେନ ଚଳାଚଳ କ୍ଷେତ୍ରରେ 24x7 ଘଣ୍ଟିଆ ନିରୀକ୍ଷଣ କରାଯାଉଛି। ସ୍ୱତନ୍ତ୍ର ଡ୍ରାଇଭ ଯୋଗେ କୁହୁଡି ସମୟରେ ବିଶେଷ ଭାବେ ରାତ୍ରୀ ଓ ଭୋର ସମୟରେ ଟ୍ରେନ ପରିଚାଳନା ପାଇଁ ପଦକ୍ଷେପ ନିଆଯାଉଛିI

ଦିଲ୍ଲୀରୁ ପୂର୍ବତଟ ରେଳପଥକୁ ଆସୁଥିବା କେତେକ ଟ୍ରେନ ବର୍ତ୍ତମାନ ବିଳମ୍ବରେ ପହଁଞ୍ଚୁଛିI ବିଗତ ବର୍ଷର ଅନୁଭୂତି ଅନୁଯାୟୀ ଘନ କୁହୁଡି ଦେଶର ଉତ୍ତର ଓ ଉତ୍ତର ପଶ୍ଚିମ ପ୍ରାନ୍ତ ସହ ପୂର୍ବତଟ ଅଞ୍ଚଳରେ ଦେଖାଯିବାର ସମ୍ଭାବନା ଅଛି I ଏହି ସମୟ ମଧ୍ୟରେ ଥଣ୍ଡା ବାୟୁ ପ୍ରବାହ ମଧ୍ୟ ଅନୁଭବ ହେବ I ଘନ କୁହୁଡି ଯୋଗୁଁ ବିଳମ୍ବିତ ରାତ୍ରୀ ଓ ଭୋର ସମୟରେ ୫୦ ମିଟର ଏବଂ ଦିନ ସମୟରେ ୧୫୦ ମିଟରରୁ କମ ରାସ୍ତା ଦେଖାଯିବା କଷ୍ଟକର । ଏହି ସମୟରେ ଟ୍ରେନ ଚଳାଚଳ ନିଶ୍ଚିତ ପ୍ରଭାବିତ ହୋଇପାରେ I କେବଳ ରେଳ ନୁହେଁ ବରଂ ଏହା ବିମାନ ଚଳାଚଳ ଓ ସଡକ ପରିବହନ ଉପରେ ମଧ୍ୟ ପ୍ରଭାବିତ ହେବ I

ସମସ୍ୟା ହେଲେ ଡାଏଲ କରନ୍ତୁ 139

ଘନ କୁହୁଡି ଯୋଗୁଁ ପୂର୍ବତଟ ରେଳପଥର ଟ୍ରେନ ଉତ୍ତର କେନ୍ଦ୍ରୀୟ ଅଞ୍ଚଳରେ ପ୍ରଭାବିତ ହେବାର ଆଶଙ୍କା ଅଧିକI ବହୁ ଗୁରୁତ୍ୱପୁର୍ଣ ଟ୍ରେନ ଯଥା ପୁରୁଷୋତ୍ତମ, ନୀଳାଚଳ, ନନ୍ଦନକାନନ, ସମ୍ପର୍କ କ୍ରାନ୍ତି, ଦୂରୋନ୍ତ, କଳିଙ୍ଗ ଉତ୍କଳ, ଅନୁଗୁଳ ଓ ଝାରସୁଗୁଡା ମାର୍ଗ ଦେଇ ଚଳାଚଳ କରୁଥିବା ସୁପରଫାଷ୍ଟ, ରାଜଧାନୀ ଓ ଜାମ୍ମୁତାବି ଟ୍ରେନର ଚଳାଚଳ ସମୟରେ ପ୍ରଭାବିତ ହେବI ଏହି ସମୟରେ ଟ୍ରେନର ମାତ୍ରାଧିକ ବିଳମ୍ବ ଯୋଗୁଁ ସଂଯୋଗ ଟ୍ରେନ ଗୁଡିକ ଉପରେ ମଧ୍ୟ ଏହା ପ୍ରଭାବ ପକାଇବାର ଆଶଙ୍କା କରାଯାଉଛି I

ବାତିଲ ହେବାକୁ ଥିବା ଟ୍ରେନ ଓ ବିଳମ୍ବିତ ଯାତ୍ରା କରିବାକୁ ଥିବା ଟ୍ରେନ ସମ୍ବନ୍ଧରେ ରେଳବାଇ ପକ୍ଷରୁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରାଯିବ। ଫଳରେ ଯାତ୍ରୀ ସେମାଙ୍କର ଟ୍ରେନ ବିଷୟରେ ଅବଗତ ହେଇପାରିବେ।

ଏହି ସମୟରେ ଟ୍ରେନର ଚଳାଚଳକୁ ନିୟମିତ କରିବାପାଇଁ ପୂର୍ବତଟ ରେଳପଥ କେତେକ ଟ୍ରେନ ର ଚଳାଚଳକୁ ବାତିଲ କରିବା ସହ କେତେକର ସମୟରେ ପରିବର୍ତ୍ତନ କରିପାରେI ଏହି ପରିସ୍ଥିତି ପାଇଁ ପୂର୍ବତଟ ରେଳପଥ ଯାତ୍ରୀଙ୍କ ଠାରୁ ସହଯୋଗ କାମନା କରିଛି I ଏହା ସହିତ ଯାତ୍ରୀ ଷ୍ଟେସନ ଆସିବାର ବହୁ ଆଗରୁ ସେମାନଙ୍କର ଟ୍ରେନ ସମ୍ବନ୍ଧରେ ୧୩୯ ନମ୍ବରକୁ କଲ କରି ସୂଚନା ପାଇପାରିବେI ଏହା ସହିତ ଯାତ୍ରୀ ନ୍ୟାସନାଲ ଟ୍ରେନ ଇନକ୍ୱାରୀ ସିଷ୍ଟମ ମାଧ୍ୟମରେ ୱେବସାଇଟରୁ କିମ୍ବା ମୋବାଇଲ ଆପ ଦ୍ୱାରା ସୂଚନା ପାଇପାରିବେI

ପୂର୍ବତଟ ରେଳପଥ ଏହାର ପରିସୀମା କ୍ଷେତ୍ରରେ ବିଭିନ୍ନ ରେଳ ସେକ୍ସନରେ ଯାତ୍ରା ସମୟରେ ଘନ କୁହୁଡ଼ିକୁ ସାମ୍ନା କରିବା ସହ ରେଳାଚଳାଚଳକୁ ସୁଗମ କରିବା ପାଇଁ ଏହାର କାର୍ଯ୍ୟଶକ୍ତିକୁ ପ୍ରସ୍ତୁତି ରଖିବା ସହ କୁହୁଡି ପ୍ରଭାବିତ କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ନିଜର କର୍ମଚାରୀଙ୍କୁ ନିର୍ଦେଶ ଦେଇଛିI

ଟ୍ରେନ ଚଳାଚଳ କ୍ଷେତ୍ରରେ ନିରାପତ୍ତାକୁ ଦୃଷ୍ଟିରେ ରଖି ବହୁ ସାବଧାନତା ଅବଲମ୍ବନ କରିବା ସହ ଅଧିକାରୀ ଓ ନିରାପତ୍ତା ପରିଷଦଙ୍କ ଦ୍ୱାରା କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ନିର୍ଦ୍ଧାରିତ ସମୟ ଠାରୁ ବିଳମ୍ବରେ ଚଳାଚଳ କରୁଥିବା ଟ୍ରେନର କାର୍ଯ୍ୟଭାର ବହନ ପାଇଁ ପ୍ରସ୍ତୁତ ରହିବାକୁ ପୂର୍ବତଟ ରେଳପଥ ପ୍ରଶାସନ ପକ୍ଷରୁ ଏହାର ରକ୍ଷଣାବେକ୍ଷଣ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଉଛିI

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details