ଭୁବନେଶ୍ବର: ଆଜି ବିଧାନସଭା ବଜେଟ ଅଧିବେଶନର ପଞ୍ଚମ ଦିନ । ଗୃହର ଉଠିଲା ଶୀତଳ ଭଣ୍ଡାର ପ୍ରସଙ୍ଗ । ଶୀତଳ ଭଣ୍ଡାର ନେଇ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତର ରଖିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଶୀତଳ ଭଣ୍ଡାର ନଥିବାରୁ ରାଜ୍ୟରେ ଉତ୍ପାଦିତ ଫଳ ଓ ପନିପରିବା ନଷ୍ଟ ହେବା ଘଟଣା ସରକାରଙ୍କ ନଜରକୁ ଆସିନି। ବିଧାସଭାରେ କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ସ୍ଥାପନ ପ୍ରସଙ୍ଗରେ ତାର ବାହୀନପତି ପ୍ରଶ୍ନ କରିଥିଲେ ଯେ କୃଷି ବିଭାଗ ଅଧିନରେ ପନିପରିବା ସଂରକ୍ଷଣ ପାଇଁ କୃଷି ବିଭାଗ ଅଧିନରେ କେତେ ଶୀତଳ ଭଣ୍ଡାର ଅଛି, ଏହାଛଡା କୃଷିଜାତ ଦ୍ରବ୍ଯ ସଂରକ୍ଷଣ ପାଇଁ ଅନ୍ୟ ବିଭାଗ ଅଧିନରେ କେତେ ଶୀତଳ ଭଣ୍ଡାର ଅଛି ଓ ଶୀତଳ ଭଣ୍ଡାର ନଥିବାରୁ ରାଜ୍ୟରେ ଉତ୍ପାଦିତ କେତେ ପନିପରିବା ନଷ୍ଟ ହେଉଛି ତାର ହିସାବ ମାଗିଥିଲେ ତାରା। ଯାହାର ଉତ୍ତର ରଖିଥିଲେ କୃଷି ମନ୍ତ୍ରୀ ।
ଏହା ସହ ରାଜ୍ୟରେ କୃଷି ବିଭାଗ ଅଧିନରେ ୪ଟି ଶୀତଳ ଭଣ୍ଡାର ରହିଛି ଯାହାର କ୍ଷମତା ୪୨୦୦ ମେଟ୍ରିକ୍ ଟନ। ସେହିପରି ସମବାୟ ବିଭାଗ ଅଧିନରେ କୃଷିଜାତ ସାମଗ୍ରୀ ସଂରକ୍ଷଣ ପାଇଁ ୧୮ଟି ଶୀତଳ ଭଣ୍ଡାର ରହିଛି । ରାଜ୍ୟରେ ମୋଟ 123 ଟି ଶୀତଳ ଭଣ୍ଡାର ଥିବାବେଳେ ସେଥିମଧ୍ୟରୁ 79ଟି ଅଚଳ । ସଚଳ ଥିବା ଶୀତଳ ଭଣ୍ଡାର ମଧ୍ୟରୁ କୃଷି ବିଭାଗର 4 ଶୀତଳ ଭଣ୍ଡାର ରହିଛି । ଯାହାର କ୍ଷମତା 4 ହଜାର ମେଟ୍ରିକ ଟନ । ସମବାୟ ବିଭାଗ ଅଧୀନରେ 18 ଟି ଶୀତଳ ଭଣ୍ଡାର ରହିଛି । ଏଥିରୁ କେତେ ଅଚଳ ଓ କେତେ ସଚଳ ତାହାର ତଥ୍ୟ ମୋ ପାଖରେ ନାହିଁ ବୋଲି କହିଛନ୍ତି ଅରୁଣ ସାହୁ ।