ଓଡିଶା

odisha

ETV Bharat / city

ଶୀତରେ ଥରୁଛି ଓଡିଶା, 15 ଡ଼ିଗ୍ରୀ ତଳେ 13 ସହର

ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଉଛି । ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା 8.5 ଡିଗ୍ରୀ ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ...

By

Published : Nov 25, 2020, 3:33 PM IST

cold is rising in the state
ଶୀତରେ ଥରୁଛି ଓଡିଶା, 15 ଡ଼ିଗ୍ରୀ ତଳେ 13 ସହରର ସର୍ବନିମ୍ନ ତାପମାତ୍ରା

ଭୁବନେଶ୍ବର: ଖସୁଛି ତାପମାତ୍ରା, ବଢୁଛି ଶୀତ । ସାରା ରାଜ୍ୟରେ ଶୀତର ଲହରୀ ଜାରି ରହିଛି । ବର୍ତ୍ତମାନ 15 ଡ଼ିଗ୍ରୀ ତଳେ 13 ସହରର ସର୍ବନିମ୍ନ ତାପମାତ୍ରା ରହିଛି । ବୁଧବାର ଓଡ଼ିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳର ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା 8.5 ଡିଗ୍ରୀ ରେକର୍ଡ କରାଯାଇଛି । ସେହିଭଳି ସୋନପୁରରେ 9.4, ଫୁଲବାଣୀରେ 10.5, ଅନୁଗୋଳରେ 11.0, ବାରିପଦାରେ 12.0, କେନ୍ଦୁଝରରେ 12.0, ଝାରସୁଗୁଡାରେ 12.2, ଭବାନୀପାଟଣାରେ 12.2, ତାଳଚେରରେ 12.3, କୋରାପୁଟରେ 12.6 ଓ କଟକରେ 14.0 ଡି଼ଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଛି ।

ଶୀତରେ ଥରୁଛି ଓଡିଶା, 15 ଡ଼ିଗ୍ରୀ ତଳେ 13 ସହରର ସର୍ବନିମ୍ନ ତାପମାତ୍ରା

ଗୋଟିଏ ପଟେ ରାଜ୍ୟରେ ଥଣ୍ଡାର ପ୍ରକୋପ ବୃଦ୍ଧି ପାଇଥିବାରୁ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇଯାଉଥିବା ବେଳେ ଅନ୍ୟପଟେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ସାଧାରଣ ଲୋକଙ୍କ ଚିନ୍ତା ବଢାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details