ଓଡିଶା

odisha

ETV Bharat / city

କତାଶିଳ୍ପରେ ଆତ୍ମନିଯୁକ୍ତିର ବଡ଼ ସୁଯୋଗ ରହିଛି: ପ୍ରତାପ ଷଢଙ୍ଗୀ

କତାଶିଳ୍ପ ଏପରି ଏକ ଶିଳ୍ପ ଯାହା କୌଣସି ପ୍ରକାର ଆର୍ଥିକ ମାନ୍ଦାବସ୍ଥା କିମ୍ବା ଅର୍ଥନୈତିକ ଦୁଃସ୍ଥିତିରେ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ନାହିଁ। କାରଣ ଏହା କାରିଗରୀ ସଂଶ୍ଲିଷ୍ଟ ଏବଂ ପ୍ରଦୂଷଣ ମୁକ୍ତ ଶିଳ୍ପ ହୋଇଥିବାରୁ ଏହାର ଚାହିଦା ଲୋକମାନଙ୍କ ନିକଟରେ ଦିନକୁ ଦିନ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି।

ଫଟୋ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

By

Published : Aug 25, 2019, 7:57 AM IST

Updated : Aug 25, 2019, 12:21 PM IST

ଭୁବନେଶ୍ବର: କତାସାମଗ୍ରୀର ବ୍ୟବହାର ଏବଂ ପଲିସିର କାର୍ଯ୍ୟାନ୍ଵୟନ ସମ୍ବନ୍ଧୀୟ ଜାତୀୟ ସମ୍ମିଳନୀ ଶନିବାର ଭୁବନେଶ୍ବର ଠାରେ କୟର ବୋର୍ଡ ପକ୍ଷରୁ ଆୟୋଜିତ ହୋଇଯାଇଛି। ଏହି ସମ୍ମିଳନୀରେ ଓଡ଼ିଶା ପାଇଁ ପାଞ୍ଚ ଗୋଟି କ୍ଲଷ୍ଟରର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଯୋଗ ଦେବା ସହ ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି ଭୁବନେଶ୍ବର

ତେବେ କତାଶିଳ୍ପ ଏପରି ଏକ ଶିଳ୍ପ ଯାହା କୌଣସି ପ୍ରକାର ଆର୍ଥିକ ମାନ୍ଦାବସ୍ଥା କିମ୍ବା ଅର୍ଥନୈତିକ ଦୁଃସ୍ଥିତିରେ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ନାହିଁ। କାରଣ ଏହା କାରିଗରୀ ସଂଶ୍ଲିଷ୍ଟ ଏବଂ ପ୍ରଦୂଷଣ ମୁକ୍ତ ଶିଳ୍ପ ହୋଇଥିବାରୁ ଏହାର ଚାହିଦା ଲୋକମାନଙ୍କ ନିକଟରେ ଦିନକୁ ଦିନ ବୃଦ୍ଧିପାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଯେଉଁଥିରେ ଯୁବ ବର୍ଗଙ୍କ ପାଇଁ ଆତ୍ମନିଯୁକ୍ତିର ଯଥେଷ୍ଟ ସମ୍ଭାବନା ରହିଥିବା ପ୍ରକାଶ କରିଛନ୍ତି କେନ୍ଦ୍ର ଅଣୁ,କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ଷଢଙ୍ଗୀ।


ସେ ଏହା ମଧ୍ୟ କହିଛନ୍ତି କି ଓଡ଼ିଶାରେ ଯେତେ ପରିମାଣର କତା ସାମଗ୍ରୀର କଞ୍ଚାମାଲ ଉପଲବ୍ଧ ହେଉଛି ତାହା ମଧ୍ୟରୁ ପାଖାପାଖି 18 ପ୍ରତିଶତ ଶିଳ୍ପରେ ବ୍ୟବହୃତ ହେଉଛି। ଏଥିରେ ଅନେକ ସମ୍ଭାବନା ଥିବାବେଳେ କେନ୍ଦ୍ର ସରକାର ଓଡ଼ିଶାର କାରୀଗରମାନଙ୍କ ପାଇଁ 10 ଟି କ୍ଲଷ୍ଟର ନିର୍ମାଣ କରିବାକୁ ସୀକୃତି ପ୍ରଦାନ କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ 5ଟିର ଶିଳାନ୍ୟାସ କରାଯାଇଛି।

ତେବେ ଆଗାମୀ ଏକ ବର୍ଷ ଭିତରେ ଅନ୍ୟ 5ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିବ। ଓଡିଶାର କାରୀଗରଙ୍କ ନିକଟରେ ଅନେକ ପ୍ରତିଭା ଅଛି ଯାହାକୁ ଏହି କ୍ଷେତ୍ରରେ ବିନିଯୋଗ କରି ନୂତନ ଉଦ୍ୟୋଗ ପ୍ରତିଷ୍ଠା ପୂର୍ବକ ଜାତୀୟ ବିକାଶରେ ନିଜର ଯୋଗଦାନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଏହା ସହିତ ବ୍ୟାଙ୍କ ମାନେ ଉଦ୍ୟୋଗୀମାନଙ୍କୁ ସହଯୋଗ କରିବାକୁ ଆଗେଇ ଆସିବାକୁ ଉପଦେଶ ଦେଇଛନ୍ତି।

ସେହିପରି ଏହି ଶିଳ୍ପ ପରିବେଶ ଉପଯୋଗୀ ଓ ପ୍ରଦୂଷଣ ମୁକ୍ତ ହୋଇଥିବାରୁ ଦେଶ ଏବଂ ବିଦେଶରେ ଏହାର ବହୁତ ଚାହିଦା ରହିଛି। ଏପରିକି ଏହି ସାମଗ୍ରୀକୁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର କରାଯିବାକୁ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ଆୟୋଜିତ ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ କଏର ବୋର୍ଡର ସଚିବ ଏମ କୁମାର ରଞ୍ଜନ,ଓଡିଶା ସରକାରଙ୍କ ଶିଳ୍ପ ବିଭାବ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଓଡିଶା କଏର କର୍ପୋରେସନର ଏମଡି ପ୍ରସନ୍ନ କୁମାର ଜେନା ଏହି ଶିଳ୍ପର ବିକାଶରେ ଥିବା ସମସ୍ୟା ଓ ସମ୍ଭାବନା ଉପରେ ଆଲୋକପାତ କରିଥିଲେ। ଏହାସହ କୋକମ୍ୟାନର ସଭାପତି ଏସ କେ ଗୌତମ , କଏର କର୍ପୋରେସନ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ନିର୍ଦ୍ଦେଶକ ଅନିତା ରବୀନ୍ଦ୍ରନାଥ ପ୍ରମୁଖ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Aug 25, 2019, 12:21 PM IST

ABOUT THE AUTHOR

...view details