ଭୁବନେଶ୍ବର: ପୁରୁଣା କଏନର ନିଲାମ ଅର୍ଥକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ ପାଣ୍ଠିକୁ ଦାନ କରିବେ କଏନ ମାଷ୍ଟର ଦେବୀ ପ୍ରସାଦ । କଏନ ମାଷ୍ଟର ଦେବୀ ପ୍ରସାଦ ନିଲାମ କରିବେ ଲକ୍ଷଲକ୍ଷ ପୁରୁଣା କଏନ ନିଲାମରେ ଯାହା ଅର୍ଥ ଆସିବ ସେ ସବୁକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ କୋଭିଡ-19 ପାଣ୍ଠିକୁ ଦାନ କରିବେ।
ନିଶା ପୁରୁଣା କଏନକୁ ସଂଗ୍ରହ କରିବା । 5 ବର୍ଷ ବୟସରୁ ଦୀର୍ଘ 25 ବର୍ଷ ପର୍ଯ୍ୟନ୍ତ ସଂଗ୍ରହ କରିଆସୁଛନ୍ତି ପୁରୁଣା କଏନ । ପିଲାଟି ଦିନରୁ ଅଳ୍ପ ଅଳ୍ପ କରି ରଖୁଥିବା କଏନ ପରବର୍ତ୍ତୀ ସମୟରେ ତାହା ନିଶାରେ ପରିଣତ କରିଦେଇଛନ୍ତି ଦେବୀ ପ୍ରସାଦ । ତେବେ ବିଶ୍ବରେ କୋରୋନା ମହାମାରୀ ଯେଉଁ ଭଳି ବ୍ୟାପିବାରେ ଲାଗିଛି ତାହାକୁ ନେଇ ଅନେକ ଲୋକ ଭୋକ ଉପଵାସରେ ରହୁଛନ୍ତି । ତେବେ ଏହି ମହାମାରୀ ପାଇଁ 2 ଲକ୍ଷରୁ ଅଧିକ କଏନ ନିଲାମ କରିବେ । ସେଥିରୁ ଯାହା ଟଙ୍କା ଆସିବ ତାକୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ କୋଭିଡ ରିଲିଫ ପାଣ୍ଠିକୁ ଦାନ କରିବେ ।
ଏଭଳି ନିଷ୍ପତି ନେଇଛନ୍ତି ଭୁବନେଶ୍ବର ସତ୍ୟନଗର ବାସିନ୍ଦା ଦେବୀ ପ୍ରସାଦ ମଙ୍ଗରାଜ। ଦେବୀ ପ୍ରସାଦ ଜଣେ ବିଟେକ ଛାତ୍ର । 5ବର୍ଷ ବୟସରୁ ଦେବୀ ପ୍ରସାଦ ପୁରୁଣା କଏନ ସଂଗ୍ରହ କରୁଛନ୍ତି । ତାଙ୍କ ପାଖରେ ବର୍ତ୍ତମାନ ସୁଦ୍ଧା 8 ଲକ୍ଷ ପ୍ରକାର କଏନ ଗଚ୍ଛିତ ହୋଇ ରହିଛି । ଯାହା ବିଶ୍ବର କୋଣ ଅନୁକୋଣରେ ରହିଥିବା ଦେଶମାନଙ୍କର ଟଙ୍କା ଓ ପୁରୁଣା କଏନ ଆଦି ରଖିଛନ୍ତି । ଆଶା ଥିଲା ଘରେ ଏକ ପୁରୁଣା କଏନର ମ୍ୟୁଜିୟମ କରିବା ପାଇଁ । କିନ୍ତୁ କୋଭିଡରେ ସାରା ଭାରତ ଯେତେବେଳେ କାନ୍ଦୁଛି ଏହି ସମୟ ସାହାଯ୍ୟର ସମୟ ବୋଲି ଭାବି ଏହାକୁ ନିଲାମ କରିବାକୁ ଆଗେଇ ଆସିଛନ୍ତି ଦେବୀ ପ୍ରସାଦ ।