ଓଡିଶା

odisha

ETV Bharat / city

ସରକାରୀ ବାବୁଙ୍କ ମୁହଁରେ ତୁଣ୍ଡି, ବିରୋଧୀଙ୍କ ଶାଣିତ ଆକ୍ରମଣ - ଓଡିଶାରେ ଅଫିସର ରାଜ

ସରକାରୀ କର୍ମଚାରୀ ଗଣମାଧ୍ୟମକୁ ମନଇଚ୍ଛା ବିବୃତି ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିରୋଧୀଙ୍କ କଡା ସମାଲୋଚନା । କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଏନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେପଟେ ଏହାର ଜବାବ ରଖିଛି ବିଜେଡି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Oct 31, 2019, 5:21 PM IST

ଭୁବନେଶ୍ବର: ସରକାରୀ କର୍ମଚାରୀ ଗଣମାଧ୍ୟମକୁ ମନଇଚ୍ଛା ବିବୃତି ଦେଇପାରିବେ ନାହିଁ ବୋଲି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ବିରୋଧୀଙ୍କ କଡା ସମାଲୋଚନା । ଏଠାରେ ରାଜା ରାଜୁଡା ଓ ଅନ୍ଧାରୀ ଶାସନ ଚାଲିଛି । ପ୍ରଥମେ ମନ୍ତ୍ରୀ ଓ ପରେ ବିଧାୟକଙ୍କୁ ମନାକଲେ । ଆଉ ଏବେ କେବଳ 4, 5ଜଣ ସଚିବ ଓ ଅଫିସର କହିବେ । ଯାହା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଅଫିସର ମାନଙ୍କ ମାଧ୍ୟମରେ କଣ୍ଠରୋଧ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି ।

ଏହାସହ ଓଡିଶାରେ ଅଫିସର୍ ରାଜ୍ ଚାଲିଛି ବୋଲି ସେ କହିଛନ୍ତି । ତେବେ ଏହାର ଜବାବ ଦେଇଛି ବିଜେଡି ।' ସର୍ଭିସ ରୁଲ୍ ବା କୋଡ୍‌ରେ ବିଧିବ୍ୟବସ୍ଥା ଅଛି, ସେହି କୋଡ୍ ଅନୁସାରେ ଅଫିସର କାମ କରୁଛନ୍ତି । ଏହି କୋଡ୍ ରାଜ୍ୟ କରିନାହିଁ । କେନ୍ଦ୍ର କୋଡ୍‌ ସାରା ଭାରତରେ ଲାଗୁ ହେଉଛି । ଏଥିରେ ଯାହା ଲେଖା ଯାଇଛି ତାହା କରାଯାଉଛି । ରାଜ୍ୟ ଓ କେନ୍ଦ୍ରର ବିଧିବ୍ୟବସ୍ଥାରେ ଯାହା ବାଧକ ତାକୁ ବାରଣ କରାଯାଇଛି । ଏହା ଅନେକ ବର୍ଷ ହେଲା ଅଛି । କିଛି ନୂଆ ବିଧିବ୍ୟବସ୍ଥା ହୋଇନାହିଁ' ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।

ସରକାରୀ ବାବୁଙ୍କ ମୁହଁରେ ତୁଣ୍ଡି, ବିରୋଧୀଙ୍କ ଶାଣିତ ଆକ୍ରମଣ

ସୂଚନା ଅନୁସାରେ, ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହ ସମସ୍ତ ବିଭାଗର ପ୍ରମୁଖ ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଯେଉଁଥିରେ ଓଡିଶା ସରକାରୀ ସର୍ଭିସ ରୁଲ୍ 1959 ଅନୁଯାୟୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା, ସରକାରୀ ବିରୋଧୀ ମନ୍ତବ୍ୟ ଦେବା କିମ୍ବା କେନ୍ଦ୍ର ରାଜ୍ୟ ମଧ୍ୟରେ ବିଭେଦ ସୃଷ୍ଟି କଲା ଭଳି ତଥା ବୈଦେଶିକ ସମ୍ପର୍କ କ୍ଷୂର୍ଣ୍ଣ ହେଲା ଭଳି କୌଣସି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ବାରଣ କରାଯାଇଛି । ଏହାସହ ସରକାରୀ କର୍ମଚାରୀମାନେ ଗଣମାଧ୍ୟମକୁ ବିବୃତି ଦେବାବେଳେ ଯତ୍ନବାନ ହେବାକୁ କୁହାଯାଇଛି । ମନଇଚ୍ଛା କୌଣସି ବିବୃତି ନଦେବା ପାଇଁ ଚିଠିରେ କଟକଣା କରାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details