ଭୁବନେଶ୍ୱର: ଆଚାର୍ଯ୍ୟ ବିହାର ଛକ ନିକଟସ୍ଥ IMMT ପରିସରରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଷ୍ଟ୍ରଙ୍ଗ ରୁମରେ ଦେଖିବାକୁ ମିଳିଛି ନାଗ ସାପ । ବ୍ୟାଙ୍କ ଭିତରେ ନାଗ ସାପ। ଟଙ୍କା କିପରି ବାହାରିବ, ଟଙ୍କା ନବାହାରିଲେ ବ୍ୟାଙ୍କ କାମ କେମିତି ଚାଲିବ। ବ୍ୟାଙ୍କ କର୍ତ୍ତୃପକ୍ଷ ସ୍ନେକ ହେଲ୍ପ ଲାଇନର ସହାୟତା ଲୋଡିଲେ । ସ୍ନେକ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ପହଞ୍ଚି ଷ୍ଟ୍ରଙ୍ଗରୁମରେ ପ୍ରଥମେ ସାପ କୁ ପାଇ ନଥିଲେ ।
ଷ୍ଟେଟ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରେ ନାଗ ସାପ - bank
ବ୍ୟାଙ୍କ ଭିତରେ ନାଗ ସାପ। ଟଙ୍କା କିପରି ବାହାରିବ, ଟଙ୍କା ନବାହାରିଲେ ବ୍ୟାଙ୍କ କାମ କେମିତି ଚାଲିବ। ଅଧିକ ପଢନ୍ତୁ..
ଷ୍ଟେଟ ବ୍ୟାଙ୍କ ଷ୍ଟ୍ରଙ୍ଗ ରୁମରେ ନାଗ ସାପ
କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ସାପ ଥିବାର ଦୃଢ଼ ଦାବି କରିଥିଲେ । ଗୋଟିଏ ଆଲମାରୀ ଘୁଞ୍ଚେଇବା ପରେ ଟଙ୍କା ରହୁଥିବା ଆଇରନ୍ ଚେଷ୍ଟ ତଳେ ସାପକୁ ଠାବ କରାଯାଇଥିଲା । ମୋବାଇଲ ଭିଡ଼ିଓରୁ ସାପ ଟିକୁ ନାଗ ବୋଲି ଶୁଭେନ୍ଦୁ ଚିହ୍ନଟ କଲା ପରେ ଆରମ୍ଭ ହେଲା ରେସକ୍ୟୁ ଅପରେସନ । ଏଥିରେ ଶୁଭେନ୍ଦୁଙ୍କୁ ସହାୟତା କରିଥିଲେ ବ୍ୟାଙ୍କ କର୍ମଚାରୀ । ପ୍ରାୟ ସାଢ଼େ 3 ଫୁଟ ଲମ୍ବର ନାଗ ସାପ ଟିକୁ ସହର ବାହାରେ ଏକ ପ୍ରାକୃତିକ ପରିବେଶରେ ଛାଡି ଦିଆଯାଇଛି ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ