ଓଡିଶା

odisha

ETV Bharat / city

ବିଧାନସଭାରେ ଉଠିଲା କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗ - କୋଷ୍ଟାଲ ହାଇୱେ ପ୍ରକଳ୍ପ

ବିଧାନସଭାରେ ଉଠିଲା କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗ । ଏନେଇ ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ । ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନ୍‌ସି ଓ ଆରଆରଡିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

By

Published : Jul 29, 2019, 12:59 PM IST

ଭୁବନେଶ୍ବର: ବିଧାନସଭାରେ କୋଷ୍ଟାଲ ହାଇୱେ ପ୍ରକଳ୍ପ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥିସହ କୋଷ୍ଟାଲ ହାଇୱେ ପ୍ରସ୍ତୁତ ପାଇଁ ହୋଇଛି ଡିପିଆର (ଡିଟେଲ ପ୍ରୋଜେକ୍ଟ ରିପୋର୍ଟ) । ଏହା ଡିପିଆରରେ ସଂଶୋଧନ ହେବ । ଏହାସହ ସମୁଦ୍ର କୂଳେ କୂଳେ ରାସ୍ତା କରିବା ପାଇଁ ପ୍ରସ୍ତାବ ରଖିଛନ୍ତି ରାଜ୍ୟ ସରକାର । ସମୁଦ୍ର ଉପକୂଳରେ 414 କିଲୋମିଟର ରାସ୍ତା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର


ଏହାସହ ରାଜ୍ୟ ସରକାର ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କୁ ସୁପାରିଶ କରିଛନ୍ତି ଯେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୋଷ୍ଟାଲ ହାଇଓ୍ୱେ ନିର୍ମାଣ କରାଯାଉ । ଗୋପାଳପୁରଠାରୁ ଦୀଘା ପର୍ଯ୍ୟନ୍ତ ଓ ରାଜ୍ୟର ବିଭିନ୍ନ ସମୁଦ୍ର ତରବର୍ତ୍ତୀ ଅଞ୍ଚଳ କୋଷ୍ଟାଲ ହାଇୱେ ପ୍ରକଳ୍ପ ପାଇଁ ମେସର୍ସ ଚୈତନ୍ୟ ପ୍ରୋଜେକ୍ଟ କନସଲଟାନ୍‌ସି ଓ ଆରଆରଡିକୁ ଡିପିଆର ପ୍ରସ୍ତୁତ କରିବା ପାଇଁ ଦାୟିତ୍ବ ଦିଆଯାଇଥିବା କଥା କହିଛନ୍ତି ମନ୍ତ୍ରୀ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details