ଓଡିଶା

odisha

ETV Bharat / city

'ମେଣ୍ଟ ନୁହେଁ ସମଦୂରତ୍ୱରେ କାଏମ ବିଜେଡି'

ଓଡ଼ିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ? ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଠାରୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତ୍ତା ଦେଇଗଲେ ।

By

Published : May 14, 2019, 10:25 PM IST

ଫଟୋ ସୌଜନ୍ୟ- ସମ୍ବାଦାଦାତା, ଭୁବନେଶ୍ବର

ଭୁବନେଶ୍ବର: ଓଡ଼ିଶାରେ ହେବ କି ବିଜେପି-ବିଜେଡି ମେଣ୍ଟ ? ଏନେଇ ଆକଳନ ଜୋର ଧରିଛି । ବିଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେବେ ଠାରୁ ଓଡିଶା ଗସ୍ତରେ ଆସିଲେ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କଲେ ସେବେଠୁ କିଛି ନୂଆ ବାର୍ତ୍ତା ଦେଇଗଲେ। ଓଡ଼ିଶାରେ ବିଜେପି-ବିଜେଡି ମେଣ୍ଟ କିଛି ନୂଆ କଥା ନୁହେଁ। ଏହାରି ଭିତରେ କେନ୍ଦ୍ର ସରକାରଙ୍କୁ ନବୀନ ଧନ୍ୟବାଦ ଦେବା ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟ ପ୍ରଶଂସା କରିବା, ଏବେ ରାଜ୍ୟ ରାଜନିତୀରେ ଚର୍ଚ୍ଚା ସୃଷ୍ଟି କରିଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ହେଲେ ଏହାକୁ ନେଇ ରାଜନୈତିକ ଚର୍ଚ୍ଚା ଥମୁନଥିବା ବେଳେ ବିଜେଡି ନିଜର ମତ ରଖିଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ, " ଆମେ ସମଦୂରତ୍ୱ ବଜାୟ ରଖି ଆସିଛୁ। ବିପର୍ଯ୍ୟୟ ସମୟରେ କେନ୍ଦ୍ର ସହଯୋଗ କରିବା କଥା । ଏହା ସେମାନଙ୍କ ଦାୟିତ୍ବ। ଯଦି ସେମାନେ ଏବେ ଏହି ଦାୟିତ୍ବ ତୁଲାଉଛନ୍ତି ତେଣୁ ଧନ୍ୟବାଦ ଦେବାରେ ଅସୁବିଧା କେଉଁଠି।"

ଅନ୍ୟପଟେ ବିଜେପି ନେତା ସମୀର ମହାନ୍ତି କହିଛନ୍ତି, ବିଜେପି ଫୋକସରେ ଓଡିଶା ରହିଛି । ବିକାଶର ନାରା ଦେଇ ବିଜେପି ଓଡିଶାରେ ବିକାଶର ସୂର୍ଯ୍ୟୋଦୋୟ ନିଶ୍ଚିତ କରିବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details