ଓଡିଶା

odisha

ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା: ଦିଲ୍ଲୀପ ରାୟଙ୍କୁ 3 ବର୍ଷ ଜେଲ

By

Published : Oct 26, 2020, 10:58 AM IST

Updated : Oct 26, 2020, 11:08 AM IST

ଝାଡଖଣ୍ଡ କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲା । ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ । ଅଧିକ ପଢନ୍ତୁ...

ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା
ଝାଡଖଣ୍ଡ ଖଣି ଆବଣ୍ଟନ ଦୁର୍ନୀତି ମାମଲା

ଭୁବନେଶ୍ବର: ଝାଡଖଣ୍ଡ କୋଇଲା ଖଣି ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ 3 ବର୍ଷର ଜେଲ ଦଣ୍ଡାଦେଶ । ଦିଲ୍ଲୀର ସିବିଆଇ ସ୍ବତନ୍ତ୍ର ଅଦାଲତ ଏହାର ଶୁଣାଣି କରି ଏହି ରାୟ ଦେଇଛନ୍ତି ।

1999 ମସିହାରେ ଝାଡଖଣ୍ଡ କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ତତ୍କାଳୀନ ମନ୍ତ୍ରୀ ଦିଲ୍ଲୀପ ରାୟ । ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ତାଙ୍କୁ ଅକ୍ଟୋବର 6 ତାରିଖରେ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ।

ଝାଡଖଣ୍ଡ ଗିରିଡିହ ଜିଲ୍ଲାର ଏକ ଅଣ ଜାତୀୟକରଣ ତଥା ପରିତ୍ୟକ୍ତ ଖଣିକୁ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡକୁ ଆବଣ୍ଟନ କରିଥିବା ଅଭିଯୋଗରେ ଏହି ମାମଲା ହୋଇଥିଲା । ତେବେ ଦିଲ୍ଲୀପଙ୍କ ବ୍ୟତୀତ ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଥିଲେ । ସେମାନଙ୍କୁ ମଧ୍ୟ 3 ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

କୋର୍ଟ ଏମାନଙ୍କୁ ଆଇପିସିର ଦଫା 120(ଖ), 420, 409 ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ। ସେହିପରି ମାମଲାରେ କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଧାରା 379 ଓ 34 ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ ।

ମାମଲାରେ ସମୁଦାୟ 51 ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରିଥିଲେ କୋର୍ଟ । ଯାହା ଖଣି ଆବଣ୍ଟନରେ ଅନିୟମିତତା ହୋଇଥିବାର ପ୍ରମାଣ ଦେଇଥିଲା । ତେବେ ମାମଲାରେ ଅକ୍ଟୋବର 14 ତାରିଖରେ ଦଣ୍ଡ ବିଧାନ ହେବାକୁ ଥିବାବେଳେ ଏହାକୁ ଅକ୍ଟୋବର 26 ତାରିଖ ଯାଏ ଘୁଞ୍ଚାଇ ଦିଆଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 26, 2020, 11:08 AM IST

ABOUT THE AUTHOR

...view details