ଓଡିଶା

odisha

ETV Bharat / city

ଫନି ସହାୟତା ପାଇଁ ୫୦ କୋଟି ଦେଲା କୋଲ୍ ଇଣ୍ଡିଆ - ଫନି ସହାୟତା

ଶୁକ୍ରବାର ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୫୦କୋଟି ୩୨ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ ଇଣ୍ଡିଆ ଲିମିଟେଡ଼ । କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୈଧୁରୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

By

Published : Sep 13, 2019, 9:22 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ରଲିଫ ପାଣ୍ଠିରେ ଆଉ ଏକ ଫନି ବାତ୍ୟା କ୍ଷୟକ୍ଷତି । ଶୁକ୍ରବାର ରାଜ୍ୟ ସରକାରଙ୍କ ବିପର୍ଯ୍ୟୟ ପରିଚାଳନା ଫଣ୍ଡକୁ ୫୦କୋଟି ୩୨ଲକ୍ଷ ଟଙ୍କା ପ୍ରଦାନ କରିଛି କୋଲ ଇଣ୍ଡିଆ ଲିମିଟେଡ଼ । କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୈଧୁରୀ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ଚେକ୍ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ- ସୋସିଆଲ ମିଡିଆ

ଏହି ଅବସରରେ କୋଲ ଇଣ୍ଡିଆ ସହିତ ଓପିଟିସିଏଲ (OPTCL) ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କତୃପକ୍ଷ (OSDMA) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଛି । ଭୁବନେଶ୍ବର, କଟକ ଏବଂ ପୁରୀ ଅଞ୍ଚଳରେ ଫନି ଦ୍ଵାର ବିଦ୍ୟୁତ ଟ୍ରାନ୍ସମିଶନ କ୍ଷୟକ୍ଷତିର ପୁନରୁଦ୍ଧାର ନେଇ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି । ଏକ ବର୍ଷ ଭିତରେ ଏହି କାମ ଶେଷ ହେବ। ନେଇ ସୂଚନା ଦେଇଛନ୍ତି କୋଲ ଇଣ୍ଡିଆ ସିଏସଆର ଜିଏମ ଅଜୟ ଚୌଧୁରୀ ।

ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟୟ ,କୋଲ ଇଣ୍ଡିଆର ଅଧକ୍ଷ ଶ୍ରୀ ଏ.କେ ଝା , ସ୍ଵତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ ଜେନା, ଓଡ଼ିଶା ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ଏବଂ ମହାନଦୀ କୋଲଡ ଫିଲଡ୍ ଲିମିଟେଡ଼ର ଅଧକ୍ଷ ତଥା ପରିଚାଳନା ନିର୍ଦେଶକ ବିଏନ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details