ଓଡିଶା

odisha

By

Published : Dec 16, 2020, 3:32 PM IST

ETV Bharat / city

ମୋଦିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି, PMAYରେ ଫନି କ୍ଷତିଗ୍ରସ୍ତଙ୍କୁ ଘର ଦିଅ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫନି ପ୍ରଭାବିତ 7.87 ଲକ୍ଷ ଘରକୁ PMAYରେ ସାମିଲ କରିବାକୁ ଚିଠିରେ ରହିଛି ଉଲ୍ଲେଖ । ଅଧିକ ପଢନ୍ତୁ...

ପିଏମଙ୍କୁ ସିଏମଙ୍କ ଚିଠି, PMAYରେ ଫନି କ୍ଷତିଗ୍ରସ୍ତଙ୍କୁ ସାମିଲ ପାଇଁ ଦାବି
ପିଏମଙ୍କୁ ସିଏମଙ୍କ ଚିଠି, PMAYରେ ଫନି କ୍ଷତିଗ୍ରସ୍ତଙ୍କୁ ସାମିଲ ପାଇଁ ଦାବି

ଭୁବନେଶ୍ବର:ବାତ୍ୟା ଫନିର କ୍ଷୟକ୍ଷତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଫନି ବାତ୍ୟା ପ୍ରଭାବରେ ୧୪ଟି ଜିଲ୍ଲାର ପ୍ରାୟ ୭.୮୭ ଲକ୍ଷ ଘର ଭାଙ୍ଗି ଥିବା ନେଇ ଚିଠିରେ ଦର୍ଶାଇଛନ୍ତି ସିଏମ ।

ପିଏମଙ୍କୁ ସିଏମଙ୍କ ଚିଠି, PMAYରେ ଫନି କ୍ଷତିଗ୍ରସ୍ତଙ୍କୁ ସାମିଲ ପାଇଁ ଦାବି

ଫନି କ୍ଷତିଗ୍ରସ୍ତଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଦିଆଯାଉ ବୋଲି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କ୍ଷତିଗ୍ରସ୍ତଙ୍କୁ ଏହି ଯୋଜନାରେ ସାମିଲ ପାଇଁ ଚିଠିରେ ଦର୍ଶାଯାଇଛି । ଏହାଦ୍ବାରା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ନିରାପଦ ଘର ମିଳିପାରିବ ।

ଫନିରେ କ୍ଷତିଗ୍ରସ୍ତ ହୋଇଥିବା ୧୬ ଜିଲ୍ଲାରେ ୬.୦୭ ଲକ୍ଷ ହିତାଧିକାରୀ ଚିହ୍ନଟ ହୋଇଛନ୍ତି । ଆଉ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ଅଛନ୍ତି । ଏମାନଙ୍କ ପାଇଁ ଜିଓ-ଟ୍ୟାଗ ଦ୍ଵାରା ଓ୍ଵିଣ୍ଡୋ ଆପ୍ ଖୋଲିବା ଦାବି କରିଛନ୍ତି ନବୀନ । ଯାହା ଦ୍ବାରା ଲୋକେ ଆବେଦନ କରିପାରିବେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details