ଭୁବନେଶ୍ବର: ଓଡ଼ିଶାକୁ ମିଳିଲା ଅନ୍ତର୍ଜାତୀୟ ଗୁଆଞ୍ଜୁ ଆୱାର୍ଡ (Guangzhou) । ଅନଲାଇନ୍ ଲୋକପ୍ରିୟ ସହର ବିଭାଗରେ ଏହି ପୁରସ୍କାର ଓଡ଼ିଶା ପ୍ରାପ୍ତ କରିଛି । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ସୂଚନା ଦେବା ସହ ଗୃହ ଉନ୍ନୟନ ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି ଯେ, "ଗୃହ ଉନ୍ନୟନ ବିଭାଗକୁ ମୋର ଶୁଭେଚ୍ଛା । ଓଡ଼ିଶାକୁ ପଞ୍ଚମ ଗୁଆଞ୍ଜୁ ଆୱାର୍ଡ ସମ୍ମାନିତ କରାଯାଇଛି । ସହର ନବୀକରଣ, ଲୋକଙ୍କ ସାମାଜିକ ଓ ଆର୍ଥିକ ଜୀବନ ସହ ପରିବେଶ ସଂରକ୍ଷଣକୁ ରାଜ୍ୟରେ ସହର ଗୁଡ଼ିକରେ ଧ୍ୟାନ ଦିଆଯାଇଛି । ସହରାଞ୍ଚଳରେ ଦିନ ମଜୁରିଆଙ୍କ ନିଯୁକ୍ତି ପଦକ୍ଷେପ ପାଇଁ ଓଡିଶାକୁ ପୁରସ୍କୃତ କରାଯାଇଛି। "