ଭୁବନେଶ୍ବର: ଆଜି ବିଶ୍ବ ପାଳୁଛି ରେଡକ୍ରସ ଦିବସ । ସ୍ବେଚ୍ଛାସେବୀଙ୍କ ଅବଦାନକୁ ଆଜିର ଦିନରେ ସମସ୍ତେ ମନେ ପକାଇଥାନ୍ତି । ସାରା ବିଶ୍ୱରେ ଲକ୍ଷ ଲକ୍ଷ ସ୍ୱେଚ୍ଛାସେବୀମାନେ କୋଭିଡ-19 ମାହାମାରୀ ମୁକାବିଲା ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି । ଏଥିରେ ସେ ନିଜେ ମଧ୍ୟ ବଳି ପଡି ଯାଉଛନ୍ତି । ତେବେ ଆଜିର ଦିନରେ ଆସନ୍ତୁ ସମସ୍ତେ ମାନଜ ଜାତିକୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା କରିବା ବୋଲି ଟ୍ବିଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଶ୍ବ ରେଡକ୍ରସ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ, ମାନବ ଜାତିକୁ ରକ୍ଷା କରିବାକୁ ନେବା ପ୍ରତିଜ୍ଞା ରେଡକ୍ରସର ଅନ୍ତର୍ଜାତୀୟ କମିଟିର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମ ବାର୍ଷିକୀରେ ମେ 8 ରେ ଏହି ଦିନ ପାଳନ କରାଯାଏ । ରେଡ୍ କ୍ରସ୍ ସୋସାଇଟିର ମୂଳ ଉଦ୍ଦେଶ୍ୟ ହେଉଛି ମୂଳତଃ ସବୁ ସମୟ ଏବଂ ପରିସ୍ଥିତିରେ ସମସ୍ତ ପ୍ରକାର ମାନବିକ କାର୍ଯ୍ୟକଳାପକୁ ପ୍ରେରଣା ଦେବା, ଏବଂ ଉତ୍ସାହିତ କରିବା ।
ରେଡ୍ କ୍ରସ୍ ସୋସାଇଟି ଦ୍ୱାରା ପରିଚାଳିତ ପ୍ରୋଗ୍ରାମ ଗୁଡିକ ମାନବିକ ନୀତି ଏବଂ ମୂଲ୍ୟବୋଧର ପ୍ରୋତ୍ସାହନ ସହିତ ଚାରି ଭାଗରେ ବିଭକ୍ତ କରାଯାଇଛି । ବିପର୍ଯ୍ୟୟ ମୁକାବିଲା, ବିପର୍ଯ୍ୟୟ ପ୍ରସ୍ତୁତି, ସ୍ୱାସ୍ଥ୍ୟ ଏବଂ ଯତ୍ନ । ରେଡ କ୍ରସ୍ ସୋସାଇଟି 7 ଟି ନୀତି ଉପରେ ଆଧାରିତ ହୋଇଥାଏ । ଯଥା ମାନବିକତା, ନିରପେକ୍ଷତା, ସ୍ବାଧୀନତା, ସ୍ବେଚ୍ଛାକୃତ, ଏକତା ଏବଂ ସର୍ବ ଭାରତୀୟତା ।
ମାଇକ୍ରୋବ୍ଲଗିଂ ସାଇଟରେ ଇଣ୍ଟରନ୍ୟାସନାଲ ଫେଡେରେସନ୍ ଅଫ୍ ରେଡ୍ କ୍ରସ୍ ଏବଂ ରେଡ୍ କ୍ରେସେଣ୍ଟ୍ ସୋସାଇଟି ଟ୍ୱିଟରରେ କହିଛନ୍ତି ଯେ, ଆଜି ଓ ପ୍ରତ୍ୟେକ ଦିନ କୋଭିଡ-19 ଯୁଦ୍ଧରେ ସାମିଲ ହୋଇଥିବା ସମସ୍ତ ସ୍ବେଚ୍ଛାସେବୀ ଏବଂ କର୍ମଚାରୀଙ୍କ ପାଇଁ ତାଳି ମାରି ତାଙ୍କୁ ଉତ୍ସାହିତ କରିବା ।