ଓଡିଶା

odisha

ETV Bharat / city

ନିର୍ମାଣାଧୀନ କନଭେନସନ ହଲ ବୁଲିଲେ ମୁଖ୍ୟମନ୍ତ୍ରୀ - ଅସିତ ତ୍ରିପାଠୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ନିର୍ମାଣାଧୀନ କନଭେନସନ ହଲ ପରିଦର୍ଶନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Aug 29, 2019, 11:30 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ଲୋକସେବା ଭବନଠାରେ ନିର୍ମାଣାଧୀନ କନଭେନସନ ହଲ ପରିଦର୍ଶନ କରିଛନ୍ତି । ପରିଦର୍ଶନ କରିବା ପରେ ଏହାର ଗଠନକୁ ନେଇ ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିର୍ମାଣାଧୀନ କନଭେନସନ ହଲରେ ଦୁଇଟି ବଡ କନଫରନେସ ହଲ ରହିଥିବା ବେଳେ ଦୁଇଟି ଛୋଟ କନଫରନେସ ହଲ ରହିଛି । ଏହାର କାର୍ଯ୍ୟ ୨ ଅକ୍ଟୋବର ସୁଦ୍ଧା ସଂପୂର୍ଣ୍ଣ ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ପରିଦର୍ଶନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ପୂର୍ତ୍ତ ସଚିବଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details