ଓଡିଶା

odisha

ETV Bharat / city

ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ - Flood Fury in Odisha

ରାଜ୍ୟର ବନ୍ୟା ସ୍ଥିତି ସମୀକ୍ଷା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜସ୍ୱଭବନ ବନ୍ୟା କଣ୍ଟ୍ରୋଲ ରୁମରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ

cm will review odisha flood situation
ଆସନ୍ତାକାଲି ବନ୍ୟା ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

By

Published : Aug 15, 2022, 9:35 PM IST

Updated : Aug 16, 2022, 11:17 AM IST

ଭୁବନେଶ୍ବର:ଲଗାଣ ବର୍ଷା ଯୋଗୁଁ (Heavy rainfall in odisha)ବନ୍ୟା ସ୍ଥିତି ଧୀରେ ଧୀରେ ଗମ୍ଭୀର ହେବାକୁ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି । ମୁଖ୍ୟ ଶାସନ ସଚିବ, ସ୍ବତନ୍ତ୍ର ରିଲିଫ କମିଶନର, ଜଳସମ୍ପଦ ବିଭାଗର ବରିଷ୍ଠ ଅଧିକାରୀ ଓ ବନ୍ୟା ପ୍ରଭାବିତ 7ଟି ଜିଲ୍ଲାର ଜିଲ୍ଲାପାଳ ଏହି ସମୀକ୍ଷା ବୈଠକରେ ଉପସ୍ଥିତ ଥିବା ସୂଚନା ରହିଛି ।

ମହାନଦୀର କରାଳ ରୂପ ଯୋଗୁଁ ଏହାର ଏକାଧିକ ଶାଖା ନଦୀରେ ଘାଇ ସୃଷ୍ଟି ହୋଇଛି । ଫଳରେ ଶହ ଶହ ଏକର ଚାଷଜମିରେ ବର୍ତ୍ତମାନ ବନ୍ୟାପାଣି ପ୍ରଭାବିତ ହେଉଛି । ରାଜ୍ୟ ସରକାର ପୂର୍ବରୁ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ବୋଲି କହିଥିଲେ । ମାତ୍ର ଉପରମୁଣ୍ଡରୁ ହୀରାକୁଦ ଜଳଭଣ୍ଡାରକୁ ଅଧିକ ଦଳ ପ୍ରବେଶ ଯୋଗୁଁ ଦଳଭଣ୍ଡାରର ଅଧିକ ଗେଟ୍‌ ଖୋଲାଯାଇଥିଲା, ଯାହା ବନ୍ୟା ସ୍ଥିତିକୁ ସଙ୍ଗୀନ କରିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 16, 2022, 11:17 AM IST

ABOUT THE AUTHOR

...view details