ଓଡିଶା

odisha

ETV Bharat / city

ଓଡିଶା ମୋ ପରିବାରର ବୈଠକରେ ମୁଖ୍ୟମନ୍ତ୍ରୀ, ସାମାଜିକ କାର୍ଯ୍ୟ ତ୍ବରାନ୍ବିତ ପାଇଁ ସଦସ୍ୟଙ୍କୁ ଦେଲେ ନିର୍ଦ୍ଦେଶ - bjd odisha mo pariwar metting

ବିଜୁ ଜନତା ଦଳର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ କରିବାକୁ ଦଳୀୟ ସଦସ୍ୟଙ୍କୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

ଓଡିଶା ମୋ ପରିବାରର ବୈଠକରେ ମୁଖ୍ୟମନ୍ତ୍ରୀ,ସାମାଜିକ କାର୍ଯ୍ୟ ତ୍ବାରାନ୍ବିତ ପାଇଁ ସଦସ୍ୟଙ୍କୁ ଦେଲେ ନିର୍ଦ୍ଦେଶ
ଓଡିଶା ମୋ ପରିବାରର ବୈଠକରେ ମୁଖ୍ୟମନ୍ତ୍ରୀ,ସାମାଜିକ କାର୍ଯ୍ୟ ତ୍ବାରାନ୍ବିତ ପାଇଁ ସଦସ୍ୟଙ୍କୁ ଦେଲେ ନିର୍ଦ୍ଦେଶ

By

Published : May 12, 2021, 11:01 PM IST

ଭୁବନେଶ୍ବର:ବିଜୁ ଜନତା ଦଳର ସାମାଜିକ ଅନୁଷ୍ଠାନ ‘ଓଡିଶା ମୋ ପରିବାର’ର କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳ ସଭାପତି ନବୀନ ପଟ୍ଟନାୟକ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଓଡିଶା ‘ମୋ ପରିବାର’ର ସଦସ୍ୟ ଓ ଦଳର ତୁଙ୍ଗ ନେତାମାନେ ଉପସ୍ଥିତ ଥିଲେ ।

ଓଡିଶା ମୋ ପରିବାରର ବୈଠକରେ ମୁଖ୍ୟମନ୍ତ୍ରୀ,ସାମାଜିକ କାର୍ଯ୍ୟ ତ୍ବାରାନ୍ବିତ ପାଇଁ ସଦସ୍ୟଙ୍କୁ ଦେଲେ ନିର୍ଦ୍ଦେଶ

ଅନୁଷ୍ଠାନ ଦ୍ବାରା କରାଯାଉଥିବା ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମକୁ ତ୍ବାରାନ୍ବିତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, କୋଭିଡ ସମୟରେ ଶବଦାହ ପାଇଁ ଆରମ୍ଭ କରାଯାଇଥିବା ହେଲ୍ପଡେସ୍କ, ରକ୍ତଦାନ କରୁଥିବା ବ୍ୟକ୍ତି ବିଶେଷଙ୍କ ଏକ ତାଲିକା ପ୍ରସ୍ତୁତ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି । ସେହିପରି ଥାଲାସେମିଆ ଏବଂ ଅନ୍ୟାନ୍ୟ ଗୁରୁତର ପ୍ରଭାବିତଙ୍କୁ ସାହାଯ୍ୟ ଏବଂ ପ୍ଳାଜମା ସଂଗ୍ରହ ଅଭିଯାନର କଳେବର ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରୁ ଦେବୀ ପ୍ରସାଦ ମିଶ୍ର ଓଡିଶା ମୋ ପରିବାର ପକ୍ଷରୁ କରାଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଅନୁଷ୍ଠାନର ଆବାହକ ଅରୂପ ପଟନାୟକ ପ୍ରାରମ୍ଭରୁ ବର୍ତମାନ ପର୍ଯ୍ୟନ୍ତ ଓଡିଶା ମୋ ପରିବାର ଦ୍ବାରା କରାଯାଇଥିବା ସମସ୍ତ କାର୍ଯ୍ୟର ସବିଶେଷ ବିବରଣୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଉପସ୍ଥାପନା କରିଥିଲେ । ଅନ୍ୟାନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ ।

କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଏହି ସାମାଜିକ କାର୍ଯ୍ୟକୁ ଆହୁରି ବ୍ୟାପକ ଓ ତ୍ବାରାନ୍ବିତ କରିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି ।ଅନୁଷ୍ଠାନର ଆବାହକ ଅରୂପ ପଟନାୟକ, ସହଆବାହକ ଅତନୁ ସବ୍ୟସାଚୀ ନାୟକ,ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, ମହାକାଳପଡ଼ା ବିଧାୟକ ଓ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଏବଂ ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details