ଓଡିଶା

odisha

ETV Bharat / city

ଟିକା ପାଇଁ ପ୍ରେସର୍ ଟାକ୍ଟିସ; ସବୁ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ହେବାକୁ କହିଲେ ନବୀନ - vaccination odisha

କୋଭିଡ ଓ ଏହାର ମୁକାବିଲ ପାଇଁ ଟୀକାକରଣ ଏବଂ ଅନନ୍ୟ ପ୍ରସଙ୍ଗ ନେଇ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋଭିଡ ମୁକାବିଲା, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ  ଚିଠି ଲେଖିଲେ ନବୀନ
କୋଭିଡ ମୁକାବିଲା, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

By

Published : Jun 2, 2021, 3:31 PM IST

Updated : Jun 2, 2021, 10:44 PM IST

ଭୁବନେଶ୍ବର: ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ବୁଧବାର ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରୀୟସ୍ତରରେ ଟିକା ସଂଗ୍ରହ ହେଉ ।ସମସ୍ତ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର ଟିକା ଦିଅନ୍ତୁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିଭଳି ଟୀକାକରଣ ନିୟମରେ ଆବଶ୍ୟକ ମୁତାବକ ପରିବର୍ତ୍ତନ କରିବାକୁ କେନ୍ଦ୍ର ସରକାର, ରାଜ୍ୟ ଗୁଡିକୁ ସୁଯୋଗ ଦିଅନ୍ତୁ ବୋଲି ଲେଖିଛନ୍ତି ନବୀନ । ସମ୍ପ୍ରତ୍ତି ବିପର୍ଯ୍ୟୟରୁ ମୁକୁଳିବା ଲାଗି ସବୁ ରାଜ୍ୟ ଏକତ୍ର ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଜଣାଇଛନ୍ତି ।

ବିପର୍ଯ୍ୟୟ ସମୟରେ ଜଣେ ନେତା ଭାବେ ସାମ୍ନାକୁ ଆସିଛନ୍ତି ନବୀନ । ସବୁ ରାଜ୍ୟକୁ ଏକତ୍ର କରି ନିଜ ନିଜ ରାଜ୍ୟ ଲାଗି ଟିକା ଆଣିବା ଲାଗି ପ୍ରୟାସ ଆରମ୍ଭ କରିଛନ୍ତି ନବୀନ । ଦେଶରେ କୋରନା ଲହର କହର ମଚେଇଛି । ଏଣୁ ମରାତ୍ମକ କୋରନାକୁ ପ୍ରତିରୋଧ କରିବା ଲାଗି ଏକତ୍ର ହୋଇ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କୋରୋନାକୁ ପ୍ରତିହତ କରିବା ଲାଗି ଟୀକାକରଣ ଏକମାତ୍ର ବିକଳ୍ପ ବାଟ । ତେବେ କେନ୍ଦ୍ର ସରକାର ଟିକା ଯୋଗାଇବା ଦରକାର । କିନ୍ତୁ କେନ୍ଦ୍ର ସରକାର ଏଥିରେ ବିଫଳ ହୋଇଛନ୍ତି । କେନ୍ଦ୍ର ସରକାର ଏବେ ହାତ ଟେକି ଦେଇଛନ୍ତି । ତେଣୁ ଓଡ଼ିଶା ସମେତ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଲାଗି ଆହ୍ବାନ ଜଣାଇଥିଲେ । ହେଲେ ସବୁ ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟୀକା ପାଇବାରେ ବିଫଳ ହୋଇଛନ୍ତି ।

କୋଭିଡ ମୁକାବିଲା, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଟିକାକରଣ କ୍ଷେତ୍ରରେ ଅସୁବିଧାକୁ ନେଇ ଚିଠି ଲେଖି ସବୁ ରାଜ୍ୟକୁ ଅବଗତ କରିଛନ୍ତି ନବୀନ । କୋଭିଡ ସଙ୍କଟରୁ ଲୋକଙ୍କୁ ରକ୍ଷା କରିବାର ଏକମାତ୍ର ଉପାୟ ଟିକାକରଣ । ତେଣୁ ସମସ୍ତ ରାଜନୈତିକ ବିବିଧତା ସତ୍ତ୍ବେ ଏକ ହୋଇ ପଦକ୍ଷେପ ନେବାକୁ ନବୀନଙ୍କ ନିବେଦନ କରିଛନ୍ତି । ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରିଥିଲେ ବି ସଫଳତା ପାଇନାହାନ୍ତି । ଟିକା ଯୋଗାଣର କେନ୍ଦ୍ରୀୟ ନିୟନ୍ତ୍ରଣ ଯୋଗୁଁ ସଫଳତା ମିଳୁନାହିଁ । ରାଜ୍ୟରେ ଟିକାକରଣର ନିୟନ୍ତ୍ରଣ ରାଜ୍ୟ ହାତରେ ରଖିବାକୁ ମତ ଦେଇଛନ୍ତି ନବୀନ । କେନ୍ଦ୍ର ଟିକା କିଣି ରାଜ୍ୟଗୁଡ଼ିକୁ ଯୋଗାଇବା ବ୍ୟବସ୍ଥା କରୁ ବୋଲି ଦାବି କରିବାକୁ ନବୀନ ଚିଠିରେ ଦର୍ଶାଇଛନ୍ତି ।

କୋଭିଡ ମୁକାବିଲା, ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ତୃତୀୟ ଲହର ଆସିବା ଆଗରୁ ଯୁଦ୍ଧକାଳୀନ ଭିତ୍ତିରେ ଟିକାକରଣ ଜରୁରୀ । ଜୀବନ ଓ ଜୀବିକା ବଞ୍ଚାଇବା ଲାଗି ସଂଘୀୟ ବ୍ୟବସ୍ଥାରେ ଏକାଠି ହେବାକୁ ଆହ୍ବାନ ଜଣାଇଛନ୍ତି ନବୀନ । ଲକଡାଉନ ଓ ସଟଡାଉନ ଯୋଗୁଁ ଅର୍ଥନୀତି ପ୍ରଭାବିତ ହେଉଛି । ଟିକା କିପରି ସହଜରେ ରାଜ୍ୟରେ ଉପଲବ୍ଧ ହେବ ସେ ନେଇ ଏକତ୍ର ହୋଇ ଲଢେଇ କରିବାକୁ ନବୀନ ଆହ୍ବାନ ଜଣାଇଛନ୍ତି ।

କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଲୋବାଲ ମାର୍କେଟରୁ ଟିକା କଣି ରାଜ୍ୟମାନଙ୍କୁ ଯୋଗାଇବା ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିସହିତ ଟିକାକରଣ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି । ରାଜ୍ୟର ବହୁ ସ୍ଥାନରେ ଇଣ୍ଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି । ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ବ ମେକାନିଜମ୍ ଜରିଆରେ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ ପାଇଁ କ୍ଷମତା ଦେବାକୁ ଚିଠିରେ ଉଲ୍ଲେଖ ରହିଛି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

Last Updated : Jun 2, 2021, 10:44 PM IST

ABOUT THE AUTHOR

...view details