ଓଡିଶା

odisha

ETV Bharat / city

ଟିଟିପିଏସ ସମ୍ପ୍ରସାରଣ ପ୍ରସଙ୍ଗ; କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଟିଟିପିଏସ ସମ୍ପ୍ରସାରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହଙ୍କୁ ଏହ ବାବଦରେ ଚିଠି ଲେଖିଛନ୍ତି ନବୀନ । ଅଧିକ ପଢନ୍ତୁ...

କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

By

Published : Mar 24, 2021, 9:57 PM IST

ଭୁବନେଶ୍ବର: ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର(ଟିଟିପିଏସ) ସଂମ୍ପ୍ରସାରଣ ପ୍ରସଙ୍ଗ । ଟିଟିପିଏସ ସମ୍ପ୍ରସାରଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ ସିଂହଙ୍କୁ ଏହ ବାବଦରେ ଚିଠି ଲେଖିଛନ୍ତି ନବୀନ ।

ଟିଟିପିଏସ ଷ୍ଟେଜ ଥ୍ରୀ ପ୍ରକଳ୍ପ ସଂମ୍ପ୍ରସାରଣ ପାଇଁ ନବୀନ ଚିଠିରେ ଉଲ୍ଳେଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ତାଳଚେର ଥର୍ମାଲ୍‌ ପାଓ୍ଵାର୍‌ ଷ୍ଟେସନ୍‌ର ଷ୍ଟେଜ୍‌-୩ ସଂମ୍ପ୍ରସାରଣ ପ୍ରକଳ୍ପକୁ ରାଜ୍ୟ ସରକାର ୨୦୨୦ ଫେବୃଆରିରେ ଅନୁମୋଦନ କରିଛନ୍ତି। ହେଲେ ଏନ୍‌ଟିପିସି ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ କରିନାହିଁ । ଏହାଛଡ଼ା ୨୦୨୧ ମାର୍ଚ୍ଚ ୩୧ରୁ ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ କେନ୍ଦ୍ର ସରକାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଳରେ ହଜାର ହଜାର ପରିବାର ଏବଂ ସ୍ଥାନୀୟ ଅର୍ଥନୀତି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ପ୍ରଭାବିତ ହେବ । ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ର ହେଉଛି ଦେଶର ଅନ୍ୟତମ ସର୍ବପୁରାତନ ତାପଜ ବିଦ୍ୟୁତ୍‌ କେନ୍ଦ୍ର । ଓଡ଼ିଶା ସରକାରଙ୍କ ଦ୍ୱାରା ସ୍ଥାପିତ ଏହି ତାପଜ ବିଦ୍ୟୁତ୍‌ କେନ୍ଦ୍ରର ଷ୍ଟେଜ୍‌-୧ (୨୪୦ ଏମ୍‌ଡବ୍ଲୁ) ୧୯୬୮ରେ ଏବଂ ୧୯୮୨ରେ ଷ୍ଟେଜ୍‌-୨ (୨୨୦ଏମ୍‌ଡବ୍ଲୁ) ଚାଲୁ ହୋଇଥିଲା ।

ପରେ ୧୯୯୫ରେ ଏହା ଏନ୍‌ଟିପିସି ଅଧୀନକୁ ଚାଲିଯାଇଥିଲା । ୨୦୧୦ରେ ଏହି କେନ୍ଦ୍ରର ସାମର୍ଥ୍ୟ ସମ୍ପ୍ରସାରଣ ପାଇଁ ଏନ୍‌ଟିପିସି ପ୍ରସ୍ତାବ ଦେଇ ୬୬୦ ମେଗାଓ୍ଵାଟ୍‌ ବିଶିଷ୍ଟ ଦୁଇଟି ୟୁନିଟ୍‌ ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଥିଲା । ୬୬୦ ମେଗାଓ୍ଵାଟ୍‌ ଲାଗି ରାଜ୍ୟ ପରିକଳ୍ପିତ ଏଜେନ୍‌ସି ଗ୍ରିଡ୍‌କୋ ଲିମିଟେଡ୍‌ ୨୦୧୦ ଡିସେମ୍ବରରେ ପାଓ୍ଵାର୍‌ ପର୍ଚେଜ୍‌ ଏଗ୍ରିମଣ୍ଟେ୍‌ ସ୍ୱାକ୍ଷରିତ ହୋଇଥିଲା ।

ତେଣୁ ତାଳଚେର ତାପଜ ବିଦ୍ୟୁତ୍‌ କେନ୍ଦ୍ରକୁ ବନ୍ଦ ନକରି ଯଥାଶୀଘ୍ର ଏହାର ‘ଷ୍ଟେଜ୍‌-୩ ପ୍ରକଳ୍ପ’ କାର୍ଯ୍ୟକାରୀ କରିବା ନିମନ୍ତେ ଏନ୍‌ଟିପିସିକୁ ନିର୍ଦ୍ଦେଶ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏଥିପାଇଁ ଆବଶ୍ୟକ ସମସ୍ତ ସହାୟତା ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ନବୀନ ପ୍ରତିଶ୍ରୃତି ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details