ଭୁବନେଶ୍ବର:ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବିଶ୍ୱ ସ୍ତରୀୟ ଚିଡ଼ିଆଖାନାକୁ ପରିଣତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି । ଓଡ଼ିଶାର ପ୍ରଥମ ମଲ୍ଟି ପାର୍କିଂ ନନ୍ଦନକାନନରେ ନିର୍ମିତ କରାଯାଇଛି । ନନ୍ଦନକାନନ ପ୍ରାଣୀଉଦ୍ୟାନର ନୂତନ ଭାବେ ନିର୍ମିତ ହୋଇଥିବା ମଲ୍ଟି ପାର୍କିଂ ସ୍ଥଳକୁ ଆଜି ଉଦଘାଟନ କରାଯିବ । ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
35 କୋଟି 42 ଲକ୍ଷ 79 ହଜାର ଅର୍ଥ ରାଶିରେ ନିର୍ମିତ କରାଯାଇଛି ଏହି ମଲ୍ଟି ପାର୍କିଂ । 4 ମହଲା ବିଶିଷ୍ଟ ପାର୍କିଂ ସ୍ଥଳରେ 583ଟି ଚାରି ଚକିଆ ଯାନ ରହିବାର ସୁବିଧା ରହିଛି । ପ୍ରତ୍ୟେକ ପାର୍କିଂ ମହଲା 5 ହଜାର 600 ବର୍ଗ ମିଟରରେ ନିର୍ମିତ ହୋଇଛି । ପାର୍କିଂର ଚତୁପାର୍ଶ୍ବରେ 2 ହଜାର ଦୁଇ ଚକିଆ ଯାନ ରହିବାର ସୁବିଧା ରହିଛି । ସାଇକେଲ 5 ଟଙ୍କା, ବାଇକ 20 ଟଙ୍କା, କାର 50 ଟଙ୍କା, ବସ 70 ଟଙ୍କା ଟିକେଟ ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ସୂଚନା ମିଳିଛି ।