ଭୁବନେଶ୍ବର:ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଋଷ ଓ ୟୁକ୍ରେନ ଯୁଦ୍ଧ ଯୋଗୁଁ ଦେଶକୁ ପ୍ରତ୍ୟାବର୍ତ୍ତନ କରିପାରିନାହାନ୍ତି ଅନେକ ଓଡ଼ିଆ ଶ୍ରମିକ ଓ ଛାତ୍ରଛାତ୍ରୀ । ତେବେ ସେମାନଙ୍କୁ ସୁରକ୍ଷିତ ଭାରତ ଫେରାଇ ଆଣିବାକୁ ଅମିତ ଶାହଙ୍କୁ ଅନୁରୋଧ କରିଛନ୍ତି ନବୀନ । ଏହି ବାର୍ତ୍ତାଳାପରେ ଅମିତ ଶାହ ମୁଖ୍ୟମନ୍ତ୍ରୀଙ୍କୁ ଆଶ୍ବାସନା ଦେଇଥିବା ଜଣାପଡ଼ିଛି ।
ଋଷର ଆକ୍ରମଣରେ ଧରାଶାୟୀ ହୋଇଛି ୟୁକ୍ରେନ । ରାଷ୍ଟ୍ରର ଅନେକ କ୍ଷୟକ୍ଷତି ହୋଇଥିବା ବେଳେ ଏପଟେ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଶ୍ରମିକ ପର୍ଯ୍ୟନ୍ତ ଅନେକ ଓଡ଼ିଆ ୟୁକ୍ରେନରେ ଫସି ରହିଛନ୍ତି । ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ 1300ରୁ ଊର୍ଦ୍ଧ୍ବ ଓଡ଼ିଆ ୟୁକ୍ରେନରେ ଫସି ରହିଛନ୍ତି । ତେବେ ସେମାନଙ୍କୁ ସୁରକ୍ଷିତ ସ୍ବଦେଶ ଫେରାଇ ଆଣିବାକୁ ଟେଲିଫୋନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ କଥା ହୋଇଛନ୍ତି ।
ଏହା ବି ପଢନ୍ତୁ: Russia-Ukraine War: ୟୁକ୍ରେନରେ ଫସି ରହିଛନ୍ତି ବାଲେଶ୍ବରର ତିନି ଡାକ୍ତରୀ ଛାତ୍ର