ETV Bharat Odisha

ଓଡିଶା

odisha

ETV Bharat / city

ସାହସ ପାଇଁ ସମ୍ମାନ: 3 ନାବାଳିକାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ - ପୂର୍ଣ୍ଣିମା ଗିରି ସବିତା ଗିରି

ସାହାସିକତା ପୁରସ୍କାରରେ ସମ୍ମାନିତ ହୋଇଥିବା 3 ନାବାଳିକାଙ୍କୁ ଲୋକସେବା ଭବନରେ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ । ଏହି 3 ଜଣ କିଶୋରୀ ଚଳିତ ବର୍ଷ ବାଲ ସାହସିକତା ପୁରସ୍କାର ପାଇଛନ୍ତି ।

3 ସାହସି କିଶୋରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
3 ସାହସି କିଶୋରୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
author img

By

Published : Jan 29, 2020, 9:20 PM IST

ଭୁବନେଶ୍ବର: ଚଳିତ ବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ରାଜ୍ୟର 3 ଜଣ ଓଡିଆ ଝିଅଙ୍କୁ ବୁଧବାର ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ସମ୍ବର୍ଦ୍ଧିତ କରିଛନ୍ତି ।

କେନ୍ଦ୍ରାପଡାର ପୂର୍ଣ୍ଣିମା ଗିରି, ସବିତା ଗିରି ଓ ଅନୁଗୁଳର ଶ୍ରୀମତି ବଦ୍ରାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ 3ଜଣ ନାବାଳିକାଙ୍କୁ ଏକ ଲକ୍ଷ ଲେଖାଏଁ ଆର୍ଥିକ ପୁରସ୍କାର ଦେଇଛନ୍ତି । ଗତ ସାଧାରଣତନ୍ତ୍ର ଦିବସ ଅବସରରେ ସବିତା ଗିରି ଓ ପୂର୍ଣ୍ଣିମା ଗିରି ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ସାହାସିକତା ପୁରସ୍କାର ଗ୍ରହଣ କରିଛନ୍ତି । କେନ୍ଦ୍ରାପଡାର ନିପାଣିଆ ଘାଟରେ ଏକ ଡଙ୍ଗା ବୁଡି ଘଟଣାରେ ଏହି ଦୁଇ ଛାତ୍ରୀ ଅନେକ ଲୋକଙ୍କ ଜୀବନ ବଞ୍ଚାଇଥିଲେ । ସେତେବେଳେ ମୁଖ୍ୟମନ୍ତ୍ରୀ ଏହି ଦୁଇ ଭଉଣୀଙ୍କୁ ଲୋକସେବା ଭବନରେ ସମ୍ମାନିତ ମଧ୍ୟ କରିଥିଲେ । ସେମାନେ ପଢୁଥିବା ହାଇସ୍କୁଲରେ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଏକ କୋଟି ୨୦ ଲକ୍ଷ ଟଙ୍କା ମଧ୍ୟ ଅନୁମୋଦନ କରିଛନ୍ତି । ଏହି ବାତ୍ୟା ଆଶ୍ରୟ ସ୍ଥଳ ସାଧାରଣ ସମୟରେ ଏକ ସ୍କୁଲ ଭାବେ କାର୍ଯ୍ୟ କରିବା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯିବ ।

ପୂର୍ଣ୍ଣିମା ଓ ସବିତା ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେବେ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏନେଇ ସବିତା ଓ ପୂର୍ଣ୍ଣିମା ଖୁସି ବ୍ୟକ୍ତ କରିଛନ୍ତି । ସେହିପରି ଏକ ରେଳ ଦୁର୍ଘଟଣାର ଶିକାର ହୋଇଥିବା ସହପାଠୀଙ୍କୁ ନିଶ୍ଚିତ ମୃତ୍ୟୁରୁ ରକ୍ଷା କରିଥିଲେ ଅନୁଗୋଳ ଘଣ୍ଟପଡାର ଶ୍ରୀମତି ଭଦ୍ରା । ତାଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି । 27 ନଭେମ୍ବର 2018 ରେ ଶ୍ରୀମତି ଭଦ୍ରା ଓ ସହପାଠୀ ସ୍କୁଲରୁ ଫେରୁଥିବାବେଳେ ରେଳ ଧାରଣା ପାର ହେଉଥିବା ସମୟରେ ଜଣେ ସହପାଠୀ ରେଳଧାରଣାରେ ଚାପି ହୋଇଯାଇଥିଲେ । ତୁରନ୍ତ ଶ୍ରୀମତି ଭଦ୍ରା ତାଙ୍କୁ ରେଳ ଧାରଣାରୁ ଟାଣି ଆଣି ପ୍ରାୟ 3ଶହ ମିଟର ପର୍ଯ୍ୟନ୍ତ ଘଣ୍ଟପଡା ଗାଁକୁ ବୋହିନେଇଯାଇଥିଲେ । ତାଙ୍କର ଏହି ସାହାସ ଓ ବୁଦ୍ଧିକୁ ସମ୍ମାନ ଜଣାଇ ତାଙ୍କୁ ଚଳିତ ବର୍ଷ କିଶୋରୀ ସାହସିକତା ପୁରସ୍କାର ମିଳିଛି ।


ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details