ଭୁବନେଶ୍ବର: ମହାମାରୀ କୋରୋନାର ମୁକାବିଲା ପାଇଁ 15ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ । ତେବେ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ଆଗରେ 3 ଟି ପ୍ରସ୍ତାବ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ।
ରାଜ୍ୟରେ ଯୁକ୍ତ 2 ପରୀକ୍ଷା ସରିବା ପରେ ଜାତୀୟ ସ୍ଥରୀୟ ପରୀକ୍ଷା ହେଉ ବୋଲି କହିଛନ୍ତି ନବୀନ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ବି ଅନେକ ଓଡିଆ ଉପସାଗରୀୟ ଦେଶଗୁଡିକରେ ଫସି ରହିଛନ୍ତି । ଯେହେତୁ ଏମାନେ କମ ଦରମା ପାଉଛନ୍ତି, ଏଥିପାଇଁ ଏମାନଙ୍କୁ ଫେରାଇ ଆଣିବାକୁ ସେ ଅନୁରୋଧ କରିଛନ୍ତି ।