ଓଡିଶା

odisha

ETV Bharat / city

ଆଜିଠୁ ରାଜଧାନୀରେ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ - ରାଜଧାନୀରେ ଆଦିବାସୀ ମେଳା

ଆଜିଠୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା । ୧୦ ଦିନ ଧରି ଚାଲିବାକୁ ଥିବା ଏହି ମେଳାରେ ଚଳିତଥର ଦେଖିବାକୁ ମିଳିବନି ଆଦିବାସୀଙ୍କ ପାରମ୍ପରିକ ଗୃହ । ଅଧିକ ପଢନ୍ତୁ

ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଆଜିଠୁ ରାଜ୍ୟସ୍ତରୀୟ ଆଦିବାସୀ ମେଳା, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

By

Published : Apr 23, 2022, 10:39 AM IST

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା ବା ଜାତୀୟ ଜନଜାତି କଳା ସାମଗ୍ରୀ ପ୍ରଦର୍ଶନୀ । ଭୁବନେଶ୍ବରର ଇଡିକୋ ପ୍ରଦର୍ଶନୀ ପଡିଆ ୟୁନିଟ ୩ରେ ଏହା ଆରମ୍ଭ ହେବ । ଆଜିଠୁ ଆରମ୍ଭ ହୋଇ ଆସନ୍ତା ମେ୨ ପର୍ଯ୍ୟନ୍ତ ଚାଲିବ ଆଦିବାସୀ ମେଳା ।

୧୦ ଦିନ ଧରି ଚାଲିବାକୁ ଥିବା ଆଦିବାସୀ ମେଳାକୁ ଆଜି ସଂନ୍ଧ୍ୟା ୬ଟା ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀ ପଡିଆରେ ପହଞ୍ଚି ଉଦଘାଟନ କରିବେ । ପ୍ରତ୍ୟେକ ଦିନ ଅପରାହ୍ନ ୩ଟା୩୦ରୁ ରାତି ୯ଟା ୩୦ରେ ପର୍ଯ୍ୟନ୍ତ ମେଳା ପରିସର ଖୋଲା ରଖାଯିବ ବୋଲି ଜଣାପଡିଛି। ତେବେ ଚଳିତ ବର୍ଷ ମେଳାରେ ମୁଖ୍ୟ ଆକର୍ଷଣ ଆଦିବାସୀ ପାରମ୍ପରିକ ଗୃହ ଦେଖିବାକୁ ମିଳିବନାହିଁ । ସେହିପରି ପାରମ୍ପରିକ ଖାଦ୍ୟ ମଧ୍ୟ ଖାଇବାକୁ ମିଳିବନାହିଁ । କିଣାବିକା ପାଇଁ ପ୍ରାୟ ୧୦୦ଟି ଷ୍ଟଲ କରାଯାଇଥିବା ବେଳେ ଆଇଟିଡିସି, ମାଇକ୍ରୋପ୍ରୋଜେକ୍ଟ, ମିଶନ ଶକ୍ତି, ଓରମାସ, ଟିଡିସିପି ଆଦି ବିଭିନ୍ନ ଅନୁଷ୍ଠାନ ଯୋଗ ଦେବେ ।

ଷ୍ଟଲ ଗୁଡିକରେ ଆଦିବାସୀଙ୍କ ଦ୍ବାରା ଉତ୍ପାଦିତ ଓ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେବ । ଚଳିତ ଥର ୫୬ଟି ଆଦିବାସୀ ନୃତ୍ୟ ଦଳ ନାଚଗୀତ ପରିବେଷଣ କରିବେ । ସନ୍ଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ତେବେ ପ୍ରତ୍ୟେକ ବର୍ଷ ଜାନୁଆରୀ ୨୬ ପରେ ଏହି ମେଳା ଅନୁଷ୍ଠିତ ହେଉଥିବା ବେଳେ କୋରୋନା କଟକଣା ଯୋଗୁଁ ଚଳିତ ବର୍ଷ ହୋଇପାରିନଥିଲା । ପ୍ରତିବର୍ଷ ଅନୁସୁଚିତ ଜନଜାତି ଏ ଅନୂସୁଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପୂର୍ବରୁ ଆଦିବାସୀ ମେଳାର ଆୟୋଜନ କରାଯାଇଥାଏ ।

ABOUT THE AUTHOR

...view details