ଭୁବନେଶ୍ବର: ହୋଲି ଉତ୍ସବ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ହୋଲିରୁ ଦୂରେଇ ରହିବେ ମୁଖ୍ୟମନ୍ତ୍ରୀ ।
ହୋଲି ପାଳିବେନି ମୁଖ୍ୟମନ୍ତ୍ରୀ
ହୋଲି ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭେଚ୍ଛୁ ମାନଙ୍କୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି ।
ଫାଇଲ ଫଟୋ
ତେଣୁ ଶୁଭେଚ୍ଛୁ ମାନଙ୍କୁ ନବୀନ ନିବାସ ନ ଆସିବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି । ଗତ ଫେବୃଆରୀ 14 ତାରିଖରେ ପୁଲୱାମାରେ ଆତଙ୍କୀ ଆକ୍ରମଣରେ 40ରୁ ଊର୍ଦ୍ଧ୍ବ ଯବାନ ସହିଦ୍ ହୋଇଥିଲେ । ସେଥିରେ ଦୁଇ ଜଣ ଓଡିଆ ମଧ୍ୟ ଥିଲେ । ସେହି ସହିଦଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ହୋଲି ଉତ୍ସବ ପାଳିବେନି ।
ଭୁବନେଶ୍ବରରୁ ଅଜିତ୍ କୁମାର ଦାଶ, ଇଟିଭି ଭାରତ