ଓଡିଶା

odisha

ETV Bharat / city

ସୁରୁଖୁରୁରେ ସରିଲା ବାହୁଡ଼ା ଯାତ୍ରା, ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ - ଅଗ୍ନିଶମ ସେବା

ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରି ସୁରୁଖୁରୁରେ ବାହୁଡ଼ା ଯାତ୍ରା ସାରିଥିବାରୁ ସେବାୟତ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟିକୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

cm naveen pattnaik, cm thanked temple sevayat, district administration, puri police, cm thanked the people of puri, successful completion of bahuda yatra, ସରିଲା ବାହୁଡ଼ା ଯାତ୍ରା, ଧନ୍ୟବାଦ ଦେଲେ ନବୀନ, ବାହୁଡ଼ା ଯାତ୍ରା, ସେବାୟତ, ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି
ସୁରୁଖୁରୁରେ ସରିଲା ବାହୁଡ଼ା ଯାତ୍ରା, ଧନ୍ୟବାଦ ଦେଲେ ନବୀନ

By

Published : Jul 20, 2021, 9:08 PM IST

ଭୁବନେଶ୍ବର: କୋ‍ଭିଡ କଟକଣା ମଧ୍ୟରେ ସରିଛି ମହାବାହୁଙ୍କ ନବଦିନାତ୍ମକ ଯାତ୍ରା । ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ମହାଯାତ୍ରା ସୁରୁଖୁରୁରେ ଶେଷ ହୋଇଛି । ଏନେଇ ଖୁସି ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

କଠିନ ପରିସ୍ଥିତିରେ ମହାପ୍ରଭୁଙ୍କ କରୁଣା ଯୋଗୁଁ ଏହା ସମ୍ଭବ ହୋଇପାରିଲା । ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ତାଙ୍କର ଭକ୍ତି ଭରା ନିବେଦନ କରିଛନ୍ତି । ସେବାୟତମାନେ ଭକ୍ତି ଓ ସମର୍ପଣର ଭାବ ନେଇ ମହାପ୍ରଭୁଙ୍କ ନୀତିକାନ୍ତି ଠିକ୍‌ ସମୟରେ ସମ୍ପନ୍ନ କଲେ । ଏହାର ଉଚ୍ଚପ୍ରଂଶସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ, ଜିଲ୍ଲାପ୍ରଶାସନ, ଅଗ୍ନିଶମ ସେବା, ପୁରୀ ମ୍ୟୁନିସପାଲଟି ଆଦି ବିଭିନ୍ନ ସରକାରୀ ସଂସ୍ଥା ପରସ୍ପର ମଧ୍ୟରେ ଉପଯୁକ୍ତ ସମନ୍ବୟ ରକ୍ଷା କରିଛନ୍ତି । ଫଳରେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା ଉତ୍ତମ ଭାବରେ ପରିଚାଳନା ହୋଇପାରିଛି । ତେଣୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି । କୋଭିଡ କଟକଣା ଯୋଗୁଁ ଭକ୍ତମାନେ ମହାପ୍ରଭୁଙ୍କ ବିଶ୍ବପ୍ରସିଦ୍ଧ ଯାତ୍ରାରେ ଭାଗ ନେଇ ପାରିନଥିଲେ । ଲୋକମାନେ ଘରେ ରହି ମହାପ୍ରଭୁଙ୍କ ଦିବ୍ୟ ଯାତ୍ରାର ଯେପରି ଆନନ୍ଦ ନେଇପାରିବେ ସେଥିପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ସୁନ୍ଦର ବ୍ୟବସ୍ଥା କରିଥିଲା । ତେଣୁ ବିଭାଗର ଏ ଭଳି କାର୍ଯ୍ୟ ଲାଗି ମୁଖ୍ୟମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ସର୍ବୋପରି ପୁରୀର ଜନସାଧାରଣ ନବଦିନାତ୍ମକ ଯାତ୍ରା ସମୟରେ ଯେଉଁଭଳି କୋଭିଡ କଟକଣା ମାନି ସଂଯମତା ପ୍ରଦର୍ଶନ କରିଛନ୍ତି ତାହା ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି । ସହରବାସୀଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details