ଭୁବନେଶ୍ବର: ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ହେଉଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୋଭିଡ ଯୋଗୁଁ ରଥଯାତ୍ରା କଟକଣାରେ ପାଳନ ହେଉଛି । ତେଣୁ ବଡ଼ ଦାଣ୍ଡରେ ଜଗତର ନାଥଙ୍କୁ ଦେଖିବାରୁ ବଞ୍ଚିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ହେଲେ ଟିଭି ପରଦାରେ ପ୍ରଭୁଙ୍କ ଘୋଷଯାତ୍ରା ଦେଖି ଆନନ୍ଦ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସୁରୁଖୁରୁରେ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଥିବାରୁ ସେବାୟତ, ପ୍ରଶାସନ ଓ ଜନସାଧାରଣଙ୍କୁ ଆନ୍ତରିକତାର ସହ ଧନ୍ୟବାଦ ଦେଇଛନ୍ତି ନବୀନ ।
ଘରେ ବସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ଟିଭି ପରଦାରୁ ଶ୍ରୀଜଗନ୍ନାଥଙ୍କୁ ନମନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବ୍ୟକ୍ତିଗତ ସଚିବ(5T) ଭି କେ ପଣ୍ଡିଆନ ମଧ୍ୟ ରଥଯାତ୍ରା ଦେଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୋଭିଡ଼ କଟକଣା ମଧ୍ୟରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଛି ।