ଭୁବନେଶ୍ବର: ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା । ସୀମାବର୍ତ୍ତୀ 8 ଜିଲ୍ଲାକୁ ସତର୍କ ରହିବାକୁ ନିର୍ଦ୍ଦେଶ । ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଝାଡଖଣ୍ଡ ସୀମାନ୍ତରେ ଥିବା ଓଡିଶାର ଜିଲ୍ଲା ପାଇଁ ଆଲର୍ଟ ଜାରି କରାଯାଇଛି। ସୁନ୍ଦରଗଡ, ବରଗଡ, ଝାରସୁଗୁଡା, କଳାହାଣ୍ଡି, କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ପଙ୍ଗପାଳ ମୁକାବିଲା ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, ସୀମାବର୍ତ୍ତୀ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ - CM review on pangapala

13:41 June 02
ପଙ୍ଗପାଳ ନେଇ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା, 8 ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
ଏନେଇ ସୂଚନା ଦେଇଛନ୍ତି କୃଷି ବିଭାଗର ସ୍ଵତନ୍ତ୍ର ସଚିବ ଏସ. ବଶିଷ୍ଠ । ସେ କହିଛନ୍ତି, ‘ପଙ୍ଗପାଳ ମଧ୍ୟପ୍ରଦେଶ ଫେରିଯାଇଛି। ହେଲେ ଓଡିଶା ପାଇଁ ବିପଦ ନାହିଁ ବୋଲି କହିହେବନି। ଓଡିଶା ଆସିବାର ସମ୍ଭାବନା ଅଛି। ଆମେ ଛତିଶଗଡ ସରକାରଙ୍କ ସହ ଯୋଗାଯୋଗରେ ଅଛୁ । ଏନେଇ ସବୁ ପ୍ରକାର ସଜାଗ ରହିଛୁ।’
ଅନ୍ୟପଟେ ବୈଠକ ପରେ କୃଷି ନିର୍ଦ୍ଦେଶକ ଏମ ମୁଥୁ କୁମାର କହିଛନ୍ତି,‘ପବନର ବେଗ ବଦଳିଲେ ଓଡିଶା ଆସିପାରନ୍ତି ପଙ୍ଗପାଳ। ଗତକାଲି ଛତିଶଗଡର କୋରିଆ ଜିଲ୍ଲାରେ ପଙ୍ଗପାଳ ଥିଲେ। ହେଲେ ପବନ ବଢିବାରୁ ସେମାନେ ମଧ୍ୟପ୍ରଦେଶ ଫେରିଯାଇଛନ୍ତି ।’
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ