ଭୁବନେଶ୍ବର: ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାର ହେବ ଏସଆଇଟି ତଦନ୍ତ । ବାରମ୍ବାର ଗୃହରେ ହଟ୍ଟଗୋଳ ପରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦ୍ଦେଶ ଦେଉଥିବା ସମୟରେ ବିରୋଧି ହୋ ହଲ୍ଲା କରୁଥିବା ଦେଖିବାକୁ ମିଳିଛି ।
ପରୀ ହତ୍ୟା ମାମଲାର ତଦନ୍ତ କରିବ SIT, ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ - sit probe the pari murder case
12:27 November 27
ପରୀ ହତ୍ୟାକାଣ୍ଡ ମାମଲାର ଏସଆଇଟି ତଦନ୍ତ ନିର୍ଦ୍ଦେଶ । ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ...
ମୁଖ୍ୟମନ୍ତ୍ରୀ ଘୋଷଣା କରି କହିଛନ୍ତି କି, ଏଭଳି ଘଟଣାକୁ ନେଇ ମୁଁ ଗଭୀର ମର୍ମାହତ । ସ୍ବଚ୍ଛ ଓ ନିରପେକ୍ଷ ତଦନ୍ତ ଉପରେ ବିଶ୍ବାସ କରେ ମୋ ସରକାର । ଏହାସହ ବିରୋଧିଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ବି ଗୃହରେ ହଟ୍ଟଗୋଳ ଜାରି ରହିଥିଲା ।
ତେବେ ପରୀ ହତ୍ୟା ମାମଲାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କୁ ଇସ୍ତଫା ଦାବିରେ ଗୃହରେ ଅଚଳାବସ୍ଥା ଦେଖାଦେଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଏସଆଇଟି ତଦନ୍ତ ଦାବିରେ ବିରୋଧି ଅଡି ବସିଥିଲେ । ଗୃହ ଆରମ୍ଭରୁ ବିରୋଧି ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ହଟ୍ଟଗୋଳ କରିଥିଲେ । ଏହାରି ଭିତରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପଟେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ବିରୋଧିଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ।
ପରୀ ହତ୍ୟାକାଣ୍ଡ ଘଟଣାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ଲାଗି ରହିଛି । ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ପରୀଙ୍କ ବାପା’ ମା ଅଭିଯୋଗ କରିବା ପରେ ରାଜନୀତିରେ ହଟଚମଟ ଲାଗି ରହିଛି । ପରୀକୁ ନ୍ୟାୟ ଦାବି ଜୋର ଧରିଛି । ଏପଟେ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି ମଧ୍ୟ କରୁଛନ୍ତି ବିରୋଧି । ନିକଟରେ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ