ଓଡିଶା

odisha

ETV Bharat / city

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ସହାୟତା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀ ମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅଧିକ ପଢନ୍ତୁ...

CM Naveen pattnaik grant 60 laksh for stray animals during lockdown
ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ସହାୟତା

By

Published : May 9, 2021, 3:45 PM IST

ଭୁବନେଶ୍ବର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକଡାଉନ ଜାରି ରହିଛି । ଫଳରେ ବୁଲା ଗାଈ, ଗୋରୁ, କୁକୁର ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବୁଲା ପଶୁ ଓ ପକ୍ଷୀଙ୍କ ଖାଦ୍ୟ ପାଇଁ 60 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି ନବୀନ ।

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ସହାୟତା

ପଶୁ ପ୍ରେମୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଲା ପଶୁ ପକ୍ଷୀଙ୍କୁ ନେଇ ସେ କେତେ ଯେ ସମ୍ବେଦନଶୀଳ ଏହାର ଉଦାହରଣ ଅନେକ ଥର ରାଜ୍ୟବାସୀ ଦେଖିଛନ୍ତି । ଅନେକ ସମୟରେ ନବୀନଙ୍କୁ ନିଜ ପୋଷ୍ୟ କୁକୁରଙ୍କ ସହ ସମୟ ବିତାଉଥିବାର ଦେଖିବାକୁ ମିଳେ । କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟରେ ଲକଡାଉନ ହୋଇଛି । ଫଳରେ ବୁଲା ଗାଈ, ଗୋରୁ ଅନେକ ସମସ୍ୟାରେ ପଡୁଛନ୍ତି । ତେବେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେଇଛନ୍ତି । ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ, 48 ଟି ମ୍ୟୁନିସପାଲଟି ଓ 61 ଟିଏନଏସି ପାଇଁ ଷାଠିଏ ଲକ୍ଷ ଟଙ୍କା ସହାୟତା ରାଶି ମଞ୍ଜୁର କରିଛନ୍ତି ।

ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ 60 ଲକ୍ଷ ଟଙ୍କା ସହାୟତା

ଘୋଷଣା କରାଯାଇଥିବା ଅର୍ଥରେ ପ୍ରଶାସନ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ । ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ବର ମହାନଗର ନିଗମ ଏଥିପାଇଁ ଦୈନିକ 20 ହଜାର ଟଙ୍କା, କଟକ, ସମ୍ବଲପୁର,ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ 10 ହଜାର ଟଙ୍କା ଖର୍ଚ୍ଚ କରିବେ । ମ୍ୟୁନିସପାଲଟିମାନେ ଦୈନିକ 5 ହଜାର ଟଙ୍କା ଓ ଏନଏସି ମାନେ ଦୈନିକ 2 ହଜାର ଟଙ୍କା ଖର୍ଚ୍ଚ କରିପାରିବେ । ଅନ୍ୟ ସାଧାରଣ ଲୋକ ଘର ପାଖରେ ରହୁଥିବା ପଶୁ ପକ୍ଷୀଙ୍କ ଲାଗି ଖାଦ୍ୟ ଓ ଜଳର ବ୍ୟବସ୍ଥା କରିବା ଲାଗି ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି । ତେବେ କୋଭିଡ କଟକଣା ମାନି ଏହା କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ ଓ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details