ଭୁବନେଶ୍ବର:ଜୁନିଅର ବିଶ୍ବକପ୍ ହକି କ୍ବାର୍ଟର ଫାଇନାଲ୍ ମ୍ୟାଚ୍ରେ ବେଲଜିୟମକୁ ୧-୦ ଗୋଲ୍ରେ ପରାଜିତ କରିଛି ଟିମ୍ ଇଣ୍ଡିଆ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଭାରତୀୟ ଦଳକୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଡିସେମ୍ବର ୩ ତାରିଖରେ ସେମିଫାଇନାଲ୍ ମ୍ୟାଚ୍ରେ ଭାରତ ଜର୍ମାନୀକୁ ଭେଟିବ । ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲା ଭାରତୀୟ ଦଳ । ଫଳରେ ବେଲଜିୟମ ଦଳକୁ ମାତ୍ ଦେବାରେ ସକ୍ଷମ ହୋଇଛି ଭାରତୀୟ ଦଳ ।
ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, "ଜୁନିଅର ବିଶ୍ବକପ୍ ହକି ୨୦୨୧ରେ ସେମିଫାଇନାଲ ବର୍ଥ ପକ୍କା କରିଥିବାରୁ ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଉଛି । କଡ଼ା ସଂଘର୍ଶ କରି ଭାରତ କଳିଙ୍ଗ ଷ୍ଟାଡିୟମରେ ଜାରି ରହିଥିବା ଏହି ମ୍ୟାଚ୍ରେ ବେଲଜିୟମକୁ ୧-୦ରେ ପରାଜିତ କରିଛି । ଆଗାମୀ ମ୍ୟାଚ୍ ପାଇଁ ଭାରତ ପାଇଁ ଶୁଭକାମନା ଜଣାଉଛି ।"
ଏହା ବି ପଢ଼ନ୍ତୁJunior Hockey WC: ଅଲମ୍ପିକ୍ ବଦଲା ନେଲା ଭାରତ, କ୍ବାର୍ଟରରେ କଟିଲା ବେଲ୍ଜିୟମ