ଓଡିଶା

odisha

ETV Bharat / city

ବିଡେନଙ୍କ ବିଜୟ ପରେ ନବୀନଙ୍କ ଶୁଭେଚ୍ଛା - ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବିଡେଙ୍କ ବିଜୟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆମେରିକାର ନିବ ନିର୍ବାଚିନ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ । ଅଧିକ ପଢନ୍ତୁ...

ବିଡେନଙ୍କୁ ନବୀନଙ୍କ ଶୁଭେଚ୍ଛା
ବିଡେନଙ୍କୁ ନବୀନଙ୍କ ଶୁଭେଚ୍ଛା

By

Published : Nov 8, 2020, 4:32 PM IST

ଭୁବନେଶ୍ବର: ଦୀର୍ଘ ଘଣ୍ଟାର କଡା ଟକ୍କର ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ହାସଲ କରିଛନ୍ତି ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଜୋ ବିଡେନ । ଶନିବାର ବିଡେନ ଆମେରିକାର 46ତମ ରାଷ୍ଟ୍ରପତି ହୋଇଛନ୍ତି । ଐତିହାସିକ ମହାମାରୀ, ଆର୍ଥିକ ଓ ସାମାଜିକ ବିଷମତା ମଧ୍ୟରେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରର ନେତୃତ୍ବ ନେବାକୁ ଯାଉଛନ୍ତି । ତେବେ ବିଡେଙ୍କ ବିଜୟରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆମେରିକାର ନିବ ନିର୍ବାଚିନ ଉପରାଷ୍ଟ୍ରପତି ତଥା ଭାରତୀୟ ବଂଶୋଦ୍ଭବ କମଲା ହାରିସଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ନବୀନ ।

ବିଡେନଙ୍କୁ ନବୀନଙ୍କ ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ କରି ଲେଖିଛନ୍ତି, ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବିଡେନ ଓ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଶୁଭେଚ୍ଛା । ଆପଣଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକାର ବନ୍ଧୁତା ଅଧିକ ଶକ୍ତିଶାଳୀ ହେଉ ଏବଂ ବିଶ୍ବର ଦୁଇଟି ବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ମିଳିତ ଭାବରେ କାର୍ଯ୍ୟ କରୁ ବୋଲି ଲେଖିଛନ୍ତି ନବୀନ ।

ବିଡେନଙ୍କ ବିଜୟରେ ସାରା ବିଶ୍ବ ଖୁସି ମନାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ସମେତ ଭାରତର ଅନେକ ବଡ ବଡ ନେତା ବିଡେନଙ୍କୁ ବିଜୟକୁ ନେଇ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।

3 ଦିନରୁ ଅଧିକ ସମୟ ଧରି ଅନିଶ୍ଚିନ୍ତତା ଓ ଭୋଟ ଗଣତି ପରେ ଶନିବାର ଆମେରିକା ରାଷ୍ଟ୍ରପତି ନିର୍ବାଚନର ଚିତ୍ର ସ୍ପଷ୍ଟ ହୋଇଛି । ବାଲଟ ଭୋଟ ମଧ୍ୟରେ ମେଲ ଭୋଟ ନିର୍ବାଚିତ ଅଧିକାରୀଙ୍କ ପାଇଁ ଗଣତି ପ୍ରକ୍ରିୟାରେ ବିଳମ୍ବ ସୃଷ୍ଟି କରିଥିଲା । ତେବେ ଗୁରୁତ୍ବପୂର୍ଣ୍ଣ ପେନସିଲଭେନିଆ ରାଜ୍ୟ ଜିତିବା ପରେ ବହୁମତ ପାଇଁ ଆବଶ୍ୟକ 270 ଇଲେକ୍ଟୋରାଲ କଲେଜ ଭୋଟକୁ ଅତିକ୍ରମ କରିଥିଲେ ବିଡେନ ।

ABOUT THE AUTHOR

...view details