ଭୁବନେଶ୍ବର: ସାଂସଦଙ୍କ ଭଳି ଏଣିକି ବିଜେଡି ବିଧାୟକ ମାନେ ସୁପ୍ରିମୋଙ୍କୁ ଦେବେ ଦୁଇ ମାସିଆ ରିପୋର୍ଟ। ଏଥିପାଇଁ ଏକ 4 ଜଣିଆ କମିଟି ଗଠନ କରିଛନ୍ତି ବିଜେଡି ମୁଖିଆ। ଉକ୍ତ କମିଟିରେ ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ, ଉଷା ଦେବୀ, ଅମର ଶତପଥୀ, କିଶୋର ମହାନ୍ତି ଅଛନ୍ତି। ରିପୋର୍ଟ କିପରି ଦେବେ, କଣ ରହିବ ରୂପରେଖ ସେନେଇ କମିଟି ପ୍ରସ୍ତାବ ଦେବ ଏବଂ ଆବଶ୍ୟକ ପଦକ୍ଷେପ ନେବ ।
ବିଧାନସଭାରେ ଦଳୀୟ ବିଧାୟକଙ୍କ ଉପସ୍ଥାନ ପ୍ରଶ୍ନୋତ୍ତରରେ ସେମାନଙ୍କ ଅଂଶଗ୍ରହଣ ତଥା କାର୍ଯ୍ୟଶୈଳୀ ବାବଦରେ ଏହି କମିଟି ରିପୋର୍ଟ ଦେବ । ବିଧାନସଭାରେ ସରକାରୀ ଦଳ ବିଧାୟକଙ୍କ ଉପସ୍ଥାନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବରୋପ କରିଛନ୍ତି। ବିଧାୟକ ମାନେ ୨ ଦିନରୁ ଅଧିକ ଛୁଟିରେ ଗଲେ ତାଙ୍କଠାରୁ ଅନୁମୋଦନ ନେବାକୁ ପଡିବ ବୋଲି ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭା ଅଧିବେଶନ ସମୟରେ ୧୧ଟା ସୁଦ୍ଧା ସରକାରୀ ଦଳ ମୁଖ୍ୟ ସଚେତକ ବିଧାୟକଙ୍କ ଉପସ୍ଥାନ ସଂପର୍କରେ ତାଙ୍କୁ ଜଣାଇବାକୁ କହିଛନ୍ତି ।