ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରିଛି । ଗତ ଦୁଇବର୍ଷ ରାଜ୍ୟ ସରକାରଙ୍କ ପାଇଁ ଥିଲା ବେଶ ଚ୍ୟାଲେଞ୍ଜପୂର୍ଣ୍ଣ । ସାମନା କରିଛି ଏକାଧିକ ପ୍ରାକୃତିକ ବିପର୍ଯ୍ୟୟ, ଦୈବି ଦୁର୍ବିପାକ ଠୁ ମହାମାରୀ କୋରୋନା । କୋଭିଡ୍ ପ୍ରକୋପ ମଧ୍ୟରେ ନବୀନ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରିଛନ୍ତି । ଏହି ସମୟ ମଧ୍ୟରେ ରାଜ୍ୟ ସମ୍ମୁଖୀନ କରିଛି ଆମ୍ଫାନ, ଫନି, ୟସ ଭଳି ଅତି ଭୀଷଣ ସାମୁଦ୍ରିକ ଝଡବାତ୍ୟା । ଏହା ସହ ଗତବର୍ଷ ଠୁ ସାରା ବିଶ୍ବକୁ କବଳିତ କରିଥିବା ମହାମାରୀ କୋରୋନାକୁ ମଧ୍ୟ ସାମନା କରିଛନ୍ତି ଏବଂ ଏହା ବିରୋଧରେ ଜାରି ରହିଛି ଲଢେଇ ।
2019 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କିରିଛନ୍ତି । ଏହା ନବୀନଙ୍କ ଥିଲା ଲଗାତାର ପଞ୍ଚମ ପାଳି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କରିଛନ୍ତି । ଏହାରି ମଧ୍ୟରେ ରାଜ୍ୟ ସାମନା କିଛି ସାମୁଦ୍ରିକ ବାତ୍ୟା । 2019 ରେ ସାମୁଦ୍ରିକ ବାତ୍ୟା ଅମ୍ଫାନ ଆସି ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ସେହିପରି 2020ରେ ବାତ୍ୟା ଫନିକୁ ସାମନା କରିଥିବାବେଳେ 2021ରେ ବାତ୍ୟା ୟସକୁ ସାମନା କରିଛନ୍ତି ସରକାର । ପ୍ରତ୍ୟକ ବର୍ଷ ସାମୁଦ୍ରିକ ବାତ୍ୟା ଆସି ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାର ଗୁଡିକୁ ଛାରଖାର କରିଦେଇଥାଏ । ବାତ୍ୟା ପରବର୍ତ୍ତୀ ସ୍ଥିତି ରାଜ୍ୟର ଅର୍ଥନୀତିକୁ ଦହଲାଇ ଦେଇଥାଏ । ଏହି ସମୟରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତି ଭାବରେ କାର୍ଯ୍ୟ କରିଥାନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କୋରୋନା ମହାମାରୀ ଯୋଗୁଁ କେନ୍ଦ୍ରରୁ କୌଣସି ଆର୍ଥିକ ସହାୟତା ମାଗିନଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପରେ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ 500 କୋଟି ଟଙ୍କା ଅର୍ଥ ପ୍ରଦାନ କରିଛନ୍ତି ।
ପୂରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ - ମାଡିଆସୁଛି ବିପର୍ଯ୍ୟୟ ପରେ ବିପର୍ଯ୍ୟୟ
ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ପୂରଣ କଲେ ନବୀନ ସରକାର । ପ୍ରାକୃତିକ ବିପର୍ଯ୍ୟୟ ସହ ମୁକାବିଲା କରି ଦେଶରେ ଏକ ନମ୍ବର ମୁଖ୍ୟମନ୍ତ୍ରୀ ସାଜିଛନ୍ତି ନବୀନ । ଅଧିକ ପଢନ୍ତୁ...
ମାଡିଆସୁଛି ବିପର୍ଯ୍ୟୟ ପରେ ବିପର୍ଯ୍ୟୟ: ନବୀନଙ୍କ ନେତୃତ୍ବରେ ମୁକାବିଲା କରୁଛି ଓଡିଶା
ପୂରିଲା ପଞ୍ଚମ ପାଳିର ଦ୍ବିତୀୟ ବର୍ଷ, ବିପର୍ଯ୍ୟୟ ମୁକାବିଲାରେ ଦେଶର ଏକ ନମ୍ବର ନବୀନ
ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ
Last Updated : May 29, 2021, 5:23 PM IST