ଓଡିଶା

odisha

By

Published : Oct 14, 2019, 10:09 PM IST

Updated : Oct 14, 2019, 10:35 PM IST

ETV Bharat / city

ହବିଷ୍ୟାଳିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ନବୀନ ।

ଫାଇଲ ଫଟୋ

ଭୁବନେଶ୍ବର/ ପୁରୀ : ରାଜ୍ୟରେ ‘ମୋ ସରକାର’ କାର୍ଯ୍ୟକ୍ରମ ଚାଲିଥିବାବେଳେ ଆଜି ହବିଷ୍ୟାଳିଙ୍କ ସହ ମୁଖ୍ୟମନ୍ତ୍ରୀ କଥା ହୋଇଛନ୍ତି । କାର୍ତ୍ତିକ ମାସ ଆରମ୍ଭ ହୋଇଥିବା ବେଳେ ପ୍ରଥମ ସୋମବାର ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ଥିବା ହବିଷ୍ୟାଳିଙ୍କ ସହ ସିଧାସଳଖ କଥା ହୋଇଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭିଡିଓ କନଫରେନ୍ସିଂ ଜରିଆରେ ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ନବୀନ। ଚଳିତ ବର୍ଷ ପ୍ରାୟ 2 ହଜାର 557 ଜଣ ହବିଷ୍ୟାଳି ବର୍ତ୍ତମାନ ପୁରୀର ତିନୋଟି ସ୍ଥାନରେ ରହିଛନ୍ତି । ସେମାନଙ୍କ ଖାଇବା, ରହିବା ସହ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର ଓ ପୁରୀ

ପୁରୀ ରେଲୱେ ଷ୍ଟେସନର ଯାତ୍ରୀ ନିବାସରେ ଥିବା ହବିଷ୍ୟାଳି ଶିବିରରେ ଏ ନେଇ ବ୍ୟବସ୍ଥା ହୋଇଥିଲା। ପୁରୀ ଜିଲ୍ଲାପାଳଙ୍କ ସମେତ ବିଧାୟକ, ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ସନ୍ଧ୍ୟା ସମୟରେ ଭିଡିଓ କଫରରେନ୍ସିଂ ମାଧ୍ୟମରେ ଏହି ଶିବିରକୁ ଉଦଘାଟନ କରିଥିଲେ ।

ମୁଖ୍ୟମନ୍ତ୍ରୀ ସମସ୍ତ ହବିଷ୍ୟାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। କାର୍ତ୍ତିକ ବ୍ରତ ପାଳନ ନେଇ ସରକାର ସବୁ ବ୍ୟବସ୍ଥା କରିଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ପୁରୀରେ 3 ଟି ହବିଷ୍ୟାଳି ଶିବିର କରାଯାଇଥିବା ବେଳେ ସେଠାରେ ରହିବା, ମହାପ୍ରସାଦ ସେବନ , କାର୍ତ୍ତକ ବ୍ରତ ପୂଜା ନେଇ ବ୍ୟବସ୍ଥା କରାଯାଇଛି ।

ବସ ଯୋଗେ ଶ୍ରୀମନ୍ଦିର ନିଆଯାଇ ଜଗନ୍ନାଥ ଦର୍ଶନର ମଧ୍ୟ ବ୍ୟବସ୍ଥା ରହିଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Oct 14, 2019, 10:35 PM IST

ABOUT THE AUTHOR

...view details