ଓଡିଶା

odisha

ETV Bharat / city

ଇଫିଏଫ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଶ୍ରମମନ୍ତ୍ରୀଙ୍କୁ ନବୀନଙ୍କ ଚିଠି - EPF Pensioners

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ପେନସନ ସଂଶୋଧନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି । ଏଥିସହ ଅବସର ପର ବକେୟା ପେନସନ ଦେବାକୁ ଦର୍ଶାଇଛନ୍ତି । ଅଧିକ ପଢନ୍ତୁ...

ଇଫିଏଫ ସମସ୍ୟାର ସାମାଧାନ ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଇଫିଏଫ ସମସ୍ୟାର ସାମାଧାନ ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

By

Published : Dec 17, 2020, 4:20 PM IST

ଭୁବନେଶ୍ବର: କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗଓ୍ଵାରଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି ଯେ, ରାଜ୍ୟରେ ୧.୬୨ ଲକ୍ଷ ଇପିଏଫ ପେନସନଧାରୀଙ୍କ ଟଙ୍କା ବକେୟା ରହିଛି । ଅବସରପ୍ରାପ୍ତ ପେନସନଧାରୀଙ୍କ ଏହି ସମସ୍ୟା ତୁରନ୍ତ ସାମାଧାନ ପାଇଁ ଚିଠିରେ ଦର୍ଶାଇଛନ୍ତି ସିଏମ ।

ଇଫିଏଫ ସମସ୍ୟାର ସାମାଧାନ ପାଇଁ କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇପିଏଫ ପେନସନଭୋଗୀଙ୍କ ସର୍ବନିମ୍ନ ପେନସନ ସଂଶୋଧନ ପାଇଁ କେନ୍ଦ୍ରର ହସ୍ତକ୍ଷେପ ଲୋଡିଛନ୍ତି । କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରୀ ସନ୍ତୋଷ ଗଙ୍ଗୱାରଙ୍କୁ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ ଓଡିଶାର ପ୍ରାୟ 1.62 ଲକ୍ଷ ଇପିଏଫ ପେନସନଭୋଗୀଙ୍କ ଅବସର ପରେ ମାସିକ ପେନସନ ମିଳିନଥିବା ହେତୁ ବୃଦ୍ଧାବସ୍ଥାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ନବୀନ ଦର୍ଶାଇଛନ୍ତି ଯେ ଇପିଏସ -95 ପେନସନଭୋଗୀ ସଙ୍ଗଠନଗୁଡ଼ିକ ସର୍ବନିମ୍ନ ପେନସନର ପୁନଃର୍ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି ଏବଂ ଅନେକ ଥର ରାଜ୍ୟ ସ୍ତରରେ ସ୍ମାରକପତ୍ର ଦାଖଲ କରିଛନ୍ତି ।

ABOUT THE AUTHOR

...view details