ଭୁବନେଶ୍ବର: ଆଜି ଆଲୋକର ପର୍ବ ଦୀପାବଳି । ଦୀପାବଳି ପାଇଁ ସାରା ଦେଶ ଉତ୍ସବ ମୁଖର । ସବୁଠି ଚାଲିଛି ଦୀପାବଳି ପାଳନର ପ୍ରସ୍ତୁତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଶୁଭେଚ୍ଛା - wish to dewali
ରାଜ୍ୟବାସୀଙ୍କୁ ଆଲୋକର ପର୍ବ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ।

ଡିଜାଇ ଫଟୋ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
ଟ୍ବିଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଦୀପାବଳି ଓ କାଳୀପୂଜାର ପବିତ୍ର ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆଲୋକର ପର୍ବ ଦୀପାବଳିକୁ ଆନନ୍ଦ ଉଲ୍ଲାସରେ ପାଳିବା ସହିତ ଏହି ଖୁସିକୁ ଆପଣଙ୍କ ଆଖପାଖରେ ଥିବା ଅସହାୟ ଲୋକଙ୍କ ସହ ବାଣ୍ଟନ୍ତୁ। ମୋ ବିଶ୍ଵାସ ଏହା ଆପଣଙ୍କୁ ସବୁଠୁ ଅଧିକ ଆନନ୍ଦ ଦେବ।
ଭିଡିଓ ସୌଜନ୍ୟ: @Naveen_Odisha
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଦୀପାବଳିର ଶୁଭେଚ୍ଛା ଜଣାଇ ରାଜ୍ୟବାସୀଙ୍କ ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମଧ୍ୟ ପବିତ୍ର ଦୀପାବଳିର ଶୁଭେଚ୍ଛା ଜଣାଇବା ସହ ରାଜ୍ୟର ଉନ୍ନତି କାମନା କରିଛନ୍ତି ।
Last Updated : Oct 27, 2019, 1:01 PM IST